Friday , March 31 2023
Home / ତାଜା ଖବର / ଅଜଣା ବୁଲେରୋ ଧକ୍କାରେ ବୃଦ୍ଧ ମୃତ,ଜଣେ ଗୁରୁତର ଆହତ

ଅଜଣା ବୁଲେରୋ ଧକ୍କାରେ ବୃଦ୍ଧ ମୃତ,ଜଣେ ଗୁରୁତର ଆହତ

ଜୁନାଗଡ଼, ୦୫/୦୬/୨୦୨୨ (ଓଡ଼ିଶା ସମାଚାର/ରାକେଶ ବେମାଲ )-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳୀପୁର ଛକ ନିକଟରେ ଆଜି ସକାଳରେ ଅଜଣା ବୁଲେରୋ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।ତାଙ୍କ ନାମ ବାସି ବାଗ(୫୨)ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାପସରା ଗ୍ରାମର ବାସି ବାଗ ଓ ତାଙ୍କ ପଡୋଶୀ ମନ୍ତ୍ରୀ ବାଗ ନିଜ ବଳଦ ବିକ୍ରି କରିବାକୁ ଜୁନାଗଡ଼ ହାଟକୁ ଯାଉଥିଲେ। ଏହି ସମୟରେ ବନମାଳୀପୁର ଛକ ନିକଟରେ ଏକ ଅଜଣା ବୁଲେରୋ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଉଭୟ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଂଚି ଉଭୟଙ୍କୁ ଜୁନାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ବାସିଙ୍କୁ ମୃତ ଘୋଷିତ କରିଥିଲେ। ସେହିପରି ମନ୍ତ୍ରୀଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।ଓଡ଼ିଶା ସମାଚାର

Leave a Reply

Your email address will not be published.