Friday , March 31 2023
Home / ତାଜା ଖବର / Breaking News : ବାଚଷ୍ପତି ପଦରୁ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇସ୍ତଫା , ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ନେଇ ଚର୍ଚ୍ଚା

Breaking News : ବାଚଷ୍ପତି ପଦରୁ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇସ୍ତଫା , ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ନେଇ ଚର୍ଚ୍ଚା

ଭୁବନେଶ୍ୱର , ୦୪/୦୬/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶା ବିଧାନ ସଭାର ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାଚଷ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ରକୁ ଉପ ବାଚଷ୍ପତି ଗ୍ରହଣ କରିଛନ୍ତି । ତେବେ କେଉଁ କାରଣରୁ ସେ ବାଚଷ୍ପତି ପଦରୁ ଇସ୍ତଫା ଦେଇଛନ୍ତି, ତାହା ଜଣାପଡ଼ିନାହିଁ । ତାଙ୍କର ଚକ୍ଷୁରେ ଅସ୍ତ୍ରୋପଚାର ହେବାର ଥିଲା । ଅନ୍ୟ ପକ୍ଷରେ ବ୍ରଜରାଜନଗର ଉପ ନିର୍ବାଚନରେ ଦଳର ବିପୁଳ ବିଜୟ ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ର ଏହା ପୂର୍ବାଭାଷ ବୋଲି ଅନେକ କହୁଛନ୍ତି । ସୂର୍ଯ୍ୟନାରାୟଣ ପାତ୍ର ଏକା ଇସ୍ତଫା ଦେଇଛନ୍ତି କି ଆଉ କିଏ ଇସ୍ତଫା ଦେଇଛନ୍ତି, ତାହା ଜଣାପଡ଼ିନାହିଁ । ଯଦି ଏହି ଆଲୋଚନା ସତ ହୁଏ ତେବେ ଖୁବଶୀଘ୍ର ବଦଳିପାରେ ରାଜ୍ୟରେ ମନ୍ତ୍ରୀମଣ୍ଡଳର ରୂପରେଖ । ଓଡ଼ିଶା ସମାଚାର

Leave a Reply

Your email address will not be published.