Friday , March 31 2023
Home / ତାଜା ଖବର / Breaking News : ଓଡ଼ିଶା ମନ୍ତ୍ରିମଣ୍ଡଳର ନବକଳେବର ରବିବାର

Breaking News : ଓଡ଼ିଶା ମନ୍ତ୍ରିମଣ୍ଡଳର ନବକଳେବର ରବିବାର

ଭୁବନେଶ୍ୱର,୦୪/୦୬/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶା ମନ୍ତ୍ରିମଣ୍ଡଳର ନବକଳେବର ଆସନ୍ନ । ବାଚଷ୍ପତି ପଦରୁ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଇସ୍ତଫା ପରେ  ମନ୍ତ୍ରୀ ମଣ୍ଡଳରୁ ୨୦ ଜଣ ଇସ୍ତଡଫା ଦେଇଥିବା ଆଲୋଚନା ହେବା ସହିତ ଆସନ୍ତା କାଲି ରବିବାର ପୂର୍ବାହ୍ନ ସାଢ଼େ ୧୧ ରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ୟ୍ୟକ୍ରମ ହେବ ବୋଲି ମଧ୍ୟ ଆଲୋଚନା ହେଉଛି ।

ରାଜ୍ୟ ମନ୍ତ୍ରିମଣ୍ଡଳରୁ ସମସ୍ତ ୨୦ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂ, ନବ ଦାସ, ଜଗନ୍ନାଥ ସାରକା, ଦିବ୍ୟଶଙ୍କର ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ଟୁକୁନୀ ସାହୁ, ତୁଷାରକାନ୍ତି ବେହେରା ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବୋଲି ଆଲୋଚନା ହେଉଛି।ଏହାଛଡ଼ା ନୂଆ ଟିମ୍ ରେ କେଉଁମାନେ ସ୍ଥାନ ପାଇବେ ସେ ନେଇ ମଧ୍ୟ ନୂଆ ନୂଆ ନାମ ଆଲୋଚନା ହେଉଛି  । ଯେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ ସେମାନଙ୍କ ପାଖକୁ ମଧ୍ୟ ଫୋନ୍ ଯିବା ଆରମ୍ଭ ହୋଇଛି। ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଭୁବନେଶ୍ବର ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମଧ୍ୟ କୁହାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.