ଭୁବନେଶ୍ୱର , ୦୪/୦୬/୨୦୨୨( ଓଡ଼ିଶା ସମାଚାର )-ଆସନ୍ତା କାଲି ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ହେବ । ଏହା ପୂର୍ବରୁ ଆଜି ବାଚଷ୍ପତିଙ୍କ ସମେତ ସମସ୍ତ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ୧୧. ୪୫ରେ ନୂତନ ମନ୍ତ୍ରୀମାନେ ଶପଥ ନେବେବୋଲି ଜଣାପଡ଼ିଛି ।
ଅନ୍ୟ ପକ୍ଷରେ ଆଜି ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦ ରଦ୍ଦ କରିଛନ୍ତି ରାଜ୍ୟ ସରକାର । ସେହିପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ମଧ୍ୟ ରଦ୍ଦ ହୋଇଛି । ଓଡ଼ିଶା ସମାଚାର