ନିଶ୍ଚିନ୍ତକୋଇଲି,୦୪/୦୬/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ନତକେଇ ବାଣୀନଗର ଠାରେଶ୍ରୀ ଶ୍ରୀ ଶକ୍ତିଶ୍ୱର ମହାଦେବ ଙ୍କ ପୀଠରେ ପଞ୍ଚଦିନ ବ୍ୟାପୀ ରୁଦ୍ର ମହାଯଜ୍ଞ ଓ ଶିବ ବିବାହୋତ୍ସବ ଆଗାମୀ ୭ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ପ୍ରତ୍ୟହ ସୂର୍ୟ୍ୟ ପୂଜା, ଗୋପୂଜା, ଚଣ୍ଡୀ ପାଠ, ରୁଦ୍ରାଭିଷେକ ଓ ମହାପ୍ରସାଦ ସେବନ ଆଦି ଅନୁଷ୍ଠିତ ହେଉଛି । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବିଭୁ କୃପା ଲାଭ ନିମନ୍ତେ ବହୁ ସଂଖ୍ୟାରେ ଯୋଗ ଦେବାକୁ ପ୍ରାକ୍ତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଓ ଆନନ୍ଦ ଧାମ ଟ୍ରଷ୍ଟ ର ସଦସ୍ୟ ମାନେ ନିବେଦନ କରଛନ୍ତି । ଓଡିଶା ସମାଚାର