Friday , March 31 2023
Home / ବିଶେଷ / ଭୀନକ୍ଷମ ଓ ବରିଷ୍ଠ ନାଗରିକ ଉପକରଣ ପାଇବା ନିମନ୍ତେ ଚିହ୍ନଟ ଶିବିର

ଭୀନକ୍ଷମ ଓ ବରିଷ୍ଠ ନାଗରିକ ଉପକରଣ ପାଇବା ନିମନ୍ତେ ଚିହ୍ନଟ ଶିବିର

ଗରଦପୁର,୦୪/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ନଇନ୍ଦିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଭୀନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କୁ ମାଗଣା ସହାୟକ ଉପକରଣ ଦେବା ନିମନ୍ତେ ଏକ ସ୍ୱତନ୍ତ୍ର ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୩୩୦ ରୁ ଅଧିକ ଭୀନକ୍ଷମ ଓ ବରିଷ୍ଠ ନାଗରିକ ଉପକରଣ ପାଇବା ପାଇଁ ଶିବିରରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏହି ଉପଲକ୍ଷେ ଆୟୋଜିତ ଶିବିର ରେ ବ୍ଲକ୍ ସମାଜୀକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଏଥିରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା , ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ବିଧାୟକ ପ୍ରତିନିଧି ସଂଜୟ ଅଗ୍ରୱାଲା , ବିଡ଼ିଓ ରଂଜିତ କୁମାର ମଲିକ୍ , ଜିଲା ସାମାଜୀକ ସୁରକ୍ଷା ଅଧିକାରୀ ପ୍ରମୁଖ ଯୋଗଦେଇ ଶିବିରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ । ଭୁବନେଶ୍ୱରର ଆଲମକୋ ସଂସ୍ଥା ପକ୍ଷରୁ ଭୀନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କୁ ପରବର୍ତୀ ଅବସ୍ଥାରେ ମାଗଣାରେ ସମସ୍ତ ଉପକରଣ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ବିଭିନ୍ନ ପଂଚାୟତରୁ ଶତାଧିକ ଲୋକ ଏହି ଶିବିରରେ ଯୋଗଦେଇ ନିଜର ଆବଶ୍ୟକ ପରୀକ୍ଷା କରାଇ ଉପକରଣ ପାଇବା ନିମନ୍ତେ ଚିହ୍ନଟ ହୋଇଥିଲେ । ଚକ୍ଷୁ,କର୍ଣ୍ଣ, ଦନ୍ତ. ନାଶା ଓ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ନିମନ୍ତେ ଶିବିରରେ ଚିହ୍ନଟ କରାଯାଇଥିଲା । ବିଭିନ୍ନ ଷ୍ଟଲ ରେ ଲମ୍ବା ଧାଡ଼ିରେ ରହି ଲୋକମାନେ ନିଜ ନିଜର ନାମ ପଂଜିକରଣ କରି ପରୀକ୍ଷା କରାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ସରପଂଚ ସନ୍ତୋଷ ମାହାଳୀ, ସରପଂଚ ଗୀତାଂଜଳି ମହାନ୍ତି , ପୂର୍ବତନ ସରପଂଚ ଅଶୋକ କୁମାର ଜେନା, ସୂର୍ଯ୍ୟମଣି ସେଠୀ, ସରପଂଚ ପ୍ରତିନିଧି ରମାକାନ୍ତ ବେହେରା, ତେଣ୍ଡାକୁଡ଼ା ସରପଂଚ ମାନସ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.