Friday , March 31 2023
Home / ବିଶେଷ / ଭାରତୀୟ ମହିଳା ଫେଡ଼େରେସନର ପ୍ରତିଷ୍ଠା ଦିବସ

ଭାରତୀୟ ମହିଳା ଫେଡ଼େରେସନର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର , ୦୪/୦୬/୨୦୨୨( ଓଡ଼ିଶା ସମାଚାର )- ଭାରତୀୟ ଜାତୀୟ ମହିଳା ଫେଡ଼େରେସନର ୬୮ତମ ପ୍ରତିଷ୍ଠା ଦିବସ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଭଗବତୀ ଭବନଠାରେ ସଙ୍ଗଠନର ପତାକାକୁ ଉତୋଳନ କରାଯାଇଥିଲା । ଉତ୍କଳ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ ପତାକା ଉତୋଳନ କରି ସାମ୍ପ୍ରଦାୟିକତାବାଦ ଓ ନାରୀମାନଙ୍କ ଉପରେ ହେଉଥିବା ହିଂସା ବିରୋଧରେ ସମସ୍ତ ମହିଳା ଐକ୍ୟବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ । ଉତ୍କଳ ମହିଳା ସମିତିର ଉପଦେଷ୍ଟା ତଥା ଏନଏଫଆଇଡବ୍ଲୁ୍ୟର ଜାତୀୟ ପରିଷଦ ସଭ୍ୟା ବନଲତା ଜେନା ଉଦବୋଧନ ଦେଇ ୧୯୫୪ ମସିହାର ଆଜିର ଦିନରେ ଭାରତର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ତଥା ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ପ୍ରଥମ ଜାତୀୟ ପତାକା ଉତୋଳନ କରିଥିବା ଅରୁଣା ଆସଫ୍ ଅଲ୍ଲୀଙ୍କ ନେତୃତ୍ୱରେ କିଭଳି ଜାତୀୟ ମହିଳା ଫେଡ଼େରେସନ ଗଠିତ ହୋଇଥିଲା, ତାହା ବର୍ଣ୍ଣନା କରିଥିଲେ ।
ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକାମଣ୍ଡଳୀ ସଭ୍ୟା ସୁଭାସିନୀ ଭଦ୍ର, ଗାୟତ୍ରୀ ଦାସ, ଶୈଳ ନାୟକ, ମାଲକାନଗିରି ଜିଲ୍ଲାର ନେତ୍ରୀ ବିଷ୍ଣୁପି୍ରୟା ରାଜଗୁରୁ, ରୀତା ସେଠି, ସିଲିଆ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.