ପାରାଦୀପ, ୦୪/୦୬/୨୦୨୨( ଓଡ଼ିଶା ସମାଚାର )- ପାରାଦୀପ ବନ୍ଦରକୁ ଏକ ବିଶ୍ୱସ୍ତରୀୟ ବନ୍ଦରରେ ପରିଗଣିତ କରିବାକୁ ଯୋଜନା ଆରମ୍ଭ ହୋଇଯାଇଛି। ଦେଶରେ ରହିଥିବା ପ୍ରମୁଖ ବନ୍ଦରଗୁଡିକ ମଧ୍ୟରେ ପାରାଦୀପ ବନ୍ଦରକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାରାଦୀପ ବନ୍ଦରର ଉନ୍ନତିକରଣ ଜରିଆରେ ଏହାକୁ ଦେଶର ଏକ ପ୍ରମୁଖ ବନ୍ଦର ଭାବରେ ଗଢ଼ିତୋଳିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାଫଳରେ ପାରାଦୀପ ବନ୍ଦର କୁ ଏକ ବିଶ୍ୱସ୍ତରୀୟ ବନ୍ଦରରେ ପରିଣତ କରାଯାଇପାରିବ ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରନାଦ କହିଛନ୍ତି।
ପାରାଦୀପ ବନ୍ଦରର ପଣ୍ୟ କ୍ଷମତା ବୃଦ୍ଧି ପୂର୍ବକ ୨୦୨୫ ମସିହା ସୁଦ୍ଧା ୩୦୦ ନିୟୁତ ମେଟ୍ରିମେଟ୍ରିକ୍ ଟନ୍ ଓ ୨୦୪୭ ସୁଦ୍ଧା ୭୫୦ ନିୟୁତ ମେଟ୍ରିମେଟ୍ରିକ୍ ଟନ୍ ର ପଣ୍ୟ ପରିବହନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସର୍ବପ୍ରଥମେ ବନ୍ଦରରେ ରହିଥିବା ୱେଷ୍ଟର୍ଣ୍ଣ ଡକ୍ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ଏହି ଅନୁଯାୟୀ ପାରାଦୀପରେ ଏକ ୱେଷ୍ଟର୍ଣ୍ଣ ଡକ୍ (ପୋତାଶ୍ରୟ) ନିର୍ମାଣ କରାଯିବ। ଏହାକୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ନିର୍ମାଣ କରିବ। ଏ ନେଇ ସବୁଠୁ ଅଧିକ ଟଙ୍କାର ଟେଣ୍ଡର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକାଇଥିଲା। ଏହି ପୋତାଶ୍ରୟ ୧୮ ମିଟର ଗଭୀର ଓ ୧୮ ମିଟର ଚଉଡା ଓ ଦେଢ଼ କିଲୋମିଟର ଲମ୍ବର ହେବ। ଏଥିସହ ବନ୍ଦର ମଧ୍ୟକୁ ବୃହତ କେପ୍ ଭେସେଲଗୁଡିକ ପ୍ରବେଶ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଯାହାଫଳରେ ବନ୍ଦର ମଧ୍ୟକୁ ବୃହତ ଜାହାଜ ପ୍ରବେଶ କରିବା ଫଳରେ ଏକ ସମୟରେ ଦୁଇଲକ୍ଷ ଟନ୍ ର ପଣ୍ୟ କାରବାର କରାଯିବା ସହିତ ବ୍ୟବହାରକାରୀ ସଂସ୍ଥାମାନେ ଏକ ସମୟରେ ବହୁଳ ମାତ୍ରାରେ ପଣ୍ୟ କାରବାର କରିବାର ସୁବିଧା ପାଇବା ସହିତ ପରିବହନ କ୍ଷେତ୍ରରେ ଅନେକ ସୁବିଧା ଉପଲବ୍ଧ କରାଯିବ ବୋଲି ଶ୍ରୀ ହାରନାଦ ସୂଚନା ଦେଇଛନ୍ତି। ସେ ଆହୁରିମଧ୍ୟ କହିଛନ୍ତି ଯେ, ପାରାଦୀପ ଲାଗିବ କେପ୍ ସାଇଜ଼ ଭେସେଲ। ଏହାସହିତ ବୃହତ ପୋତଗୁଡିକ ବନ୍ଦର ମଧ୍ୟକୁ ପ୍ରବେଶ କରିବା ପରେ କାର୍ଗୋ, ଲୁହାପଥର ସହିତ ବିଭିନ୍ନ ସାମଗ୍ରୀରେ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ପାରାଦୀପ ବନ୍ଦର ପଣ୍ୟ ପରିବହନ କ୍ଷେତ୍ରରେ ଏକ ଇତିହାସ ସୃଷ୍ଟି କରିବ ବୋଲି ଶ୍ରୀ ହାରନାଦ କହିଛନ୍ତି। ଓଡ଼ିଶା ସମାଚାର