ଭୁବନେଶ୍ୱର , ୦୪/୦୬/୨୦୨୨( ଓଡ଼ିଶା ସମାଚାର )- ଭାରତୀୟ ଚାର୍ଟାର୍ଡ ଆକାଉଟାଣ୍ଟ ପରିଷଦର ଜାତୀୟ ସମ୍ମିଳନୀ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବେ ନାଲକୋ ସିଏମଡି ଶ୍ରୀଧର ପାତ୍ର ଯୋଗ ଦେଇଥିଲେ। ପରିଷଦର ପ୍ରଫେସନାଲ ଡେଭଲପମେଣ୍ଟ କମିଟି ଦ୍ବାରା ଆୟୋଜିତ ଏହି କାର୍ୟ୍ୟକ୍ରମରେ ପୂର୍ବାଞ୍ଚଳ ପରିଷଦର ସଭାପତି ରବୀନ୍ଦ୍ର କୁମାର ପଟୱା ଏବଂ ଭାରତୀୟ ଚାର୍ଟାର୍ଡ ଆକାଉଟାଣ୍ଟ ପରିଷଦର କର୍ମକର୍ତ୍ତମାନେ ଯୋଗଦେଇଥିଲେ। ଏହାପରେ ଆୟୋଜିତ ଅଧିବେଶନରେ ଆୟକର ପରିବର୍ତ୍ତିତ ମୁଖବିହୀନ କର ନିର୍ଦ୍ଧାରଣ ଅଡିଟ୍ ରେ ନୂତନ ପଦ୍ଧତିର ବିନିଯୋଗ ଓ ନୂତନ ଯାନ୍ତ୍ରିକ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ବ୍ୟବହାର ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଭାରତୀୟ ଚାର୍ଟାର୍ଡ ଆକାଉଟାଣ୍ଟ ପରିଷଦର ପୂର୍ବତନ ସଭାପତି ସୁବୋଧ ଅଗ୍ରୱାଲ, ରଞ୍ଜିତ୍ ଅଗ୍ରୱାଲ , ଭିସାଲ ଦୋଷୀ, କ୍ରିର୍ଷ୍ଣା କହ୍ନେୟା ବାଜୋରିଆ, ରାଜୀବ ଶେଖର ସାହୁ ଏବଂ ଡିଭି ରମଣ ପ୍ରମୁଖ ଆଲୋଚନା କରିଥିଲେ। ଓଡ଼ିଶା ସମାଚାର