Friday , March 31 2023
Home / ବିଶେଷ / କେଉଁମାନେ ହୋଇପାରନ୍ତି ମନ୍ତ୍ରୀ ?

କେଉଁମାନେ ହୋଇପାରନ୍ତି ମନ୍ତ୍ରୀ ?

ଭୁବନେଶ୍ୱର , ୦୪/୦୬/୨୦୨୨( ଓଡ଼ିଶା ସମାଚାର )- ପ୍ରଥମେ ବାଚଷ୍ପତି ଓ ପରେ ପରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ପରେ ନୂତନ ମନ୍ତ୍ରୀ ମଣ୍ଡଳ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟପାଳ ପୁରୀ ଗସ୍ତରେ ଅଛନ୍ତି । ଆଜି ସନ୍ଧ୍ୟା ରେ ସେ ପୁରୀରୁ ରାଜଭବନ ଫେରିବେ । ଆସନ୍ତା କାଲି ରବିବାର ପୂର୍ବାହ୍ନ ସାଢ଼େ ୧୧ ଟାରୁ ୧୧ ଟା ୪୫ ମଧ୍ୟରେ ନୂତନ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ ହେବ । ଯେଉଁମାନେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ, ସେମାନଙ୍କୁ ରାଜଧାନୀରେ ପହଂଚିବାକୁ ଫୋନ୍ ରେ ସୂଚନା ଦିଆଯାଉଛି । ତେବେ କେଉଁମାନଙ୍କୁ ସୂଚନା ଦିସଆଗଲାଣି, ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳିନାହିଁ ।
ତେବେ ସମ୍ଭାବ୍ୟ ନୂଆ ମନ୍ତ୍ରୀଙ୍କ ନାଁରେ ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍, କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲାରୁ ଅତନୁ ସବ୍ୟସାଚୀ ନାୟକ, ମୟୂରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ, ବାଲେଶ୍ୱର ଜିଲ୍ଲାରୁ ବିଧାୟକ ଅଶ୍ୱିନୀ ପାତ୍ର,ଗଞ୍ଜାମ ଜିଲ୍ଲାରୁ ବିଧାୟିକା ଲତିକା ପ୍ରଧାନ ନାଁ ସୁବୁଠୁ ଆଗରେ ରହିଛି। ସେହିପରି ଭଦ୍ରକ ଜିଲ୍ଲାରୁ ବ୍ୟୋମକେଶ ରାୟ, କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତାପ ଦେବଙ୍କୁ ମନ୍ତ୍ରୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ସେହିପରି ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ, ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନାଁ ମଧ୍ୟ ସମ୍ଭବ୍ୟ ତାଲିକାରେ ଥିବା ଜଣାପଡିଛି। ଅନ୍ୟପଟେ ପୁରୁଣା ଚେହେରା ଭାବେ ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ଟୁକୁନି ସାହୁ ପୁଣି ରିପିଟ୍ ହୋଇପାରନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.