Friday , March 31 2023
Home / ପର୍ଯ୍ୟଟନ ଓ ସଂସ୍କୃତି / କାମେଶ୍ୱର ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ

କାମେଶ୍ୱର ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ

ଗରଦପୁର,୦୪/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ ଅନ୍ତର୍ଗତ ଜିରାଳସ୍ଥିତ କାମେଶ୍ୱର ମହାଦେବ ପର୍ଯ୍ୟଟନ ପିଠରେ ଆଜି ଧୁମ ଧାମ ରେ ଦେବ ଦମ୍ପତି ଶିବ- ପାର୍ବତୀ ଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଛି । କାମେଶ୍ୱର ସେବା ପରିଚାଳନା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ଧମିୟ କାର୍ଯ୍ୟକ୍ରମରେ ଅଂଚଳର ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ସକାଳୁ ଶିବ ପାର୍ବତୀଙ୍କୁ ନେଇ ସୁସଜିତ ପାଲିଙ୍କିରେ ରୋଷଣି ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ସଙ୍କୀର୍ତନ ମଣ୍ଡଳୀ , ବ୍ୟାଣ୍ଡ ପାର୍ଟି ସହ ବାଜା ବାଣରେ ରୋଷଣି ଶୋଭାଯାତ୍ରା ମନ୍ଦିର ରୁ ବାହାରି ଜିରାଳ, ପନ୍ଦିଆ, ପହଣା, ରସିଲାବାଦ, ତିକନପୁର, ବେହୁଳ, ନଡ଼ିଆବରାଇ, ଓଉପଡ଼ା , ଡ଼ାହାଳପୁର, ଉଦୟଗିରୀ, ଅଟାବୁହା, କଉଡ଼ିଆବରାଇ ଓ ପୁନ୍ଦାଳ ଗ୍ରାମର ପରିକ୍ରମା କରି ସନ୍ଧ୍ୟାରେ ପୀଠରେ ପହଂଚିଥିଲା । ପ୍ରତ୍ୟେକ ଗ୍ରାମରେ ବିଭିନ୍ନ ମଣ୍ଡପ ଓ ଗାଁ ଦାଣ୍ଡରେ ଶ୍ରଦ୍ଧାଳୁମାନେ ଭୋଗ ଲାଗି କରି ଦେବ ଦମ୍ପତିଙ୍କୁ ପୂଜାର୍ଚ୍ଚନା କରିଥିଲେ । ଗାଁ ଗାଁ ରେ ଶ୍ରଦ୍ଧାଳୁମାନେ ଖୁସିରେ ଦହି ସରବତ, ଥଣ୍ଡା , ମିଠା, ଅନ୍ନ ପ୍ରସାଦ ବଂଟନ କରିଥିଲେ । ସନ୍ଧ୍ୟାରେ ଦେବ ଦମ୍ପତିଙ୍କର ବିହାହ ବେଦୀରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ବ୍ରାହ୍ମଣ ପଣ୍ଡିତମାନେ ବର ଓ କନ୍ୟା ଭାବରେ ଶିବ – ପାର୍ବତୀଙ୍କୁ ବିବାହ ବେଦୀକୁ ବରଣ କରିଥିଲେ । ପହଣା ଗ୍ରାମର ରମେଶ ଚନ୍ଦ୍ର ବିଶ୍ୱାଳ ଶିବ ଙ୍କ ପିତା ହୋଇଥିବାବେଳେ ଉଦୟଗିରୀ ଗ୍ରାମର ହେମନ୍ତ କୁମାର ପରିଡ଼ା କନ୍ୟା ବିତା ହୋଇଥିଲେ । ଶାସ୍ତ୍ରୀୟ ରୀତି ନୀତି ଅନୁଯାୟୀ ବ୍ରାହ୍ମଣ ପଣ୍ଡିତମାନେ ମନ୍ତ୍ର ଓ ହେମ ଯଜ୍ଞ କରି ବିବାହ ସମାପନ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ୨ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ବଂଟନ କରାଯାଇଥିଲା । ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ପୃଷ୍ଟ ପୋଷକ ଦିଲିପ ନାୟକ , ସଭାପତି ରମେଶ ଚନ୍ଦ୍ର ବେହେରା, ସମ୍ପାଦକ ବିଭୂପ୍ରସାଦ ପରିଡ଼ା , ମ୍ୟାନେଜିଂ ଟ୍ରଷ୍ଟି ବନ ନୁଦୁଲୀ, ବିଜୟ ମାହାଳୀ, ରମାକାନ୍ତ ମାହାଳୀ, ଦେବେନ୍ଦ୍ର ମାହାଳୀ, ରଂଜନ ମହାଳୀ, ବେଣୁଧର ବିଶ୍ୱାଳ,ନୃସିଂହ ଚରଣ ମୁଦୁଲୀ, ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ରଜ କିଶୋର ମିଶ୍ର, ଖଗେଶ୍ୱର ପରିଡ଼ା, ରଘୁନାଥ ମାହାଳୀ , ଗଣେଶ୍ୱର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.