Sunday , October 1 2023
Home / ବିଶେଷ / ଅଗ୍ନିଶମ କେ କେନ୍ଦ୍ରୀୟ ରେଞ୍ଜ କାର୍ଯ୍ୟାଳୟ ଉଦଘାଟିତ

ଅଗ୍ନିଶମ କେ କେନ୍ଦ୍ରୀୟ ରେଞ୍ଜ କାର୍ଯ୍ୟାଳୟ ଉଦଘାଟିତ

କଟକ, ୦୪/୦୬/୨୦୨୨( ଓଡ଼ିଶା ସମାଚାର )- ବକ୍ସିବଜାରଠାରେ ଅଗ୍ନିଶମ ବିଭାଗ କେନ୍ଦ୍ରୀୟ ରେଞ୍ଜ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ଯୋଗଦେଇଥିଲା ବେଳେ ଅଗ୍ନିଶମ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ପୁଲିସ ହାଉସିଂ କର୍ପେର୍ପୋରେସନ ଦ୍ୱାରା ପ୍ରାୟ ୩କୋଟି ୮୩ଲକ୍ଷ୫୦ହଜାର ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟାଳୟ ନିର୍ମାଣ ହୋଇଛି। ୧୫ହଜାର୯୨୪ବର୍ଗଫୁଟ ପରିମିତ ବିଶିଷ୍ଟ ଏହି କାର୍ଯ୍ୟାଳୟ ଅଧୀନରେ କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ୧୦ଟି ଜିଲ୍ଲାର ଅଗ୍ନିଶମ ସେବା କାର୍ଯ୍ୟ ସମ୍ପାଦନ ହେବ। ଏଥିରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ ମଧ୍ୟ ରହିଛି। କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନୟାଗଡ଼ ପୁରୀ ଆଦି ଜିଲ୍ଲାର ୧୨୯ଟି ଦମକଳ କେନ୍ଦ୍ର ଏହା ଅଧୀନରେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା କୌଶଳ ପ୍ରଦର୍ଶିତ ହୋଇଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *