ଭୁବନେଶ୍ୱର , ୦୩/୦୬/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୩ଜଣ ସ୍ଥାନୀୟ ସଂକ୍ରମିତ । କଟକ ଜିଲାରୁ ଜଣେ, ଗଂଜାମ ଜିଲାରୁ ୨ ଜଣ, ଖୋର୍ଦ୍ଧା ଜିଲାରୁ ୨ ଜଣ, ପୁରୀ ଜିଲା ରୁ ଜଣେ , ସୁନ୍ଦରଗଡ଼ ଜିଲାରୁ ଜଣେ ଓ ଷ୍ଟେଟ ପୁଲ ରୁ ଜଣେ ଏହିପରି ମୋଟ୍ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧୨୮୮୪୭୩ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ କରୋନା ଜନିତ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇନାହିଁ । ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୨୬ ରେ ସ୍ଥିର ରହିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୪୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୭୯୨୧୪ ଜଣ ସୁସ୍ଥ ହୋଇଛନ୍ତି । ଆଉ ୮୦ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୩୧୭୮୪୬୭୨ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର