Sunday , October 1 2023
Home / ବିଶେଷ / ହାଇୱା ଧକ୍କାରେ ସ୍କୁଲ ଛାତ୍ର ଗୁରୁତର ଆହତ, ରାସ୍ତା ରୋକ

ହାଇୱା ଧକ୍କାରେ ସ୍କୁଲ ଛାତ୍ର ଗୁରୁତର ଆହତ, ରାସ୍ତା ରୋକ

କେନ୍ଦ୍ରାପଡ଼ା,୦୩/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ୬ନଂ ୱାର୍ଡର ଗୌଡଗୋପ ଠାରେ ଏକ ହାଇୱା ଧକ୍କାରେ ଜଣେ ସ୍କୁଲ ଛାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଗୌଡଗୋପ ଗ୍ରାମର ମୋଜୋ ଖାନଙ୍କ ପୁଅ ସୁହେଲ ଖାନ ଓରଫ ଫରହାନ(୧୨) ଗୁରୁବାର ସଂନ୍ଧ୍ୟା ପ୍ରାୟ ୫ଟା ସମୟରେ ସାଇକେଲରେ କାକଟ ଲକ – ସାନ୍ତସାହି କେନାଲବନ୍ଧ ରାସ୍ତାରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଗାଡି ତାଙ୍କୁ ଧକ୍କା ଦେଇଥିଲା । ହାଇୱାକୁ ପଛକୁ ଫେରାଇ ଗୁରୁତର ଆହତ ଅବସ୍ଥାରେ ସୁହେଲକୁ ଗାଡି ତଳୁ ବାହାର କରାଯାଇଥିଲା । ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ ।  ଖବରପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ରାସ୍ତାରୋକ କରିଥିବା ଲୋକମାନଙ୍କୁ ବୁଝାଇ ଶୁଝାଇ ରାସ୍ତା ରୋକକୁ ହଟାଇ ଦୂର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *