Friday , March 31 2023
Home / ବିଶେଷ / ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସୁପ୍ରିମ କୋର୍ଟ ଙ୍କ ଗ୍ରୀନ୍ ସିଗନାଲ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସୁପ୍ରିମ କୋର୍ଟ ଙ୍କ ଗ୍ରୀନ୍ ସିଗନାଲ

ଭୁବନେଶ୍ୱର,୦୩/୦୬/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶା ସରକାରଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍ କରି ଦାଏର କରାଯାଇଥିବା ଦୁଇଟି ପିଟିସନ୍ କୁ ସୁପ୍ରିମ୍ କୋର୍ଟ ରଦ୍ଦ କରି ଦେଇଛନ୍ତି। ଏହି ପିଟିସନ୍ ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ଅଦାଲତ୍ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜୋରିମାନା କରିଛନ୍ତି। ଖଣ୍ଡପୀଠ କହିଛନ୍ତି- ନିକଟ ଅତୀତରେ ଜନସ୍ବାର୍ଥ ମାମଲା ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ସେଥିରୁ ଅନେକ ପିଟିସନ୍ ହୁଏ ତ ପ୍ରଚାର କେନ୍ଦ୍ରିକ ଅଥବା ବ୍ୟକ୍ତିଗତ ସ୍ବାର୍ଥ ବିଜଡ଼ିତ। ଅଦାଲତଙ୍କ ସମୟ ନଷ୍ଟ କରୁଥିବାରୁ ଆମେ ଏଭଳି ପିଟିସନ୍ ଦାଏର ପ୍ରଥାକୁ ଅଗ୍ରାହ୍ୟ କରୁଛୁ। ତେଣୁ, ଏଭଳି ପିଟିସନ୍ଗୁଡ଼ିକୁ ମୂଳରୁ ନିପାତ କଲେ ମାମଲା ଆଗକୁ ବଢ଼ି ପାରିବ ନାହିଁ।
ସର୍ବୋଚ ଅଦାଲତ କହିଛନ୍ତି ଯେ, ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ୟ୍ୟକଳାପ ଜନସାଧାରଣଙ୍କ ସୁବିଧା ନିମନ୍ତେ ଅତ୍ୟାବଶ୍ୟକ । ସେସବୁ ‘ପ୍ରାଚୀନ ସ୍ମାରକୀ ଓ ପତ୍ନତାତ୍ତ୍ବିକ ସ୍ଥଳୀ ଓ ଅବଶେଷ ଆଇନ୍ ୧୯୫୮’ ଅନୁଯାୟୀ କରାଯାଉଛି। ଏହାଛଡ଼ା, ମନ୍ଦିର ପ୍ରଶାସନ ନିମନ୍ତେ ପୂର୍ବରୁ ସୁପ୍ରିମ୍ କୋର୍ଟ ଜାରି କରିଥିବା ନିର୍ଦେଶମତେ ମଧ୍ୟ ଏହା ଚାଲିଛି।
ପରିକ୍ରମା ପ୍ରକଳ୍ପ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଦୁଇଟି ମାମଲା ଦାୟର ହୋଇଥିଲା । ଗତକାଲି ଏହି ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଗତ ମେଁ ମାସ ୯ ତାରିଖରେ ଓଡ଼ିଶା ହାଇକୋର୍ଟ ମାମଲାର ଶୁଣାଣି କରିଥିଲେ । କିନ୍ତୁ ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ଖନନ ଓ ନିର୍ମାଣ କାର୍ୟ୍ୟକୁ ବନ୍ଦ କରିବା ପାଇଁ ହାଇକୋର୍ଟ କୌଣସି ସ୍ଥଗିତାଦେଶ ଦେଇନଥିବାରୁ ଏହା ବିରୁଦ୍ଧରେ ସୁପ୍ରିମ କୋର୍ଟରେ ପୃଥକ ଭାବେ ୩ଟି ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ ହୋଇଥିଲା । ତେବେ ରାଜ୍ୟ ସରକାର ମେଁ ୧୩ ତାରିଖରେ ଏହି ମାମଲାରେ ସୁପ୍ରିମ କୋର୍ଟ ରେ କ୍ୟାଭେଟ୍ ଫାଇଲ୍ କରିଥିଲେ ।

https://twitter.com/Naveen_Odisha/status/1532617098505367552

ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିଏହା ସରକାରଙ୍କ ବିଜୟ ବୋଲଊି ଇଙ୍ଗିତ କରିଛନ୍ତି । ସେ ଟ୍ୱିଟରେ କହିଛନ୍ତି ତୁମ ଇଚ୍ଛା ବିନା ପତ୍ରଟେ ହଲେନି ଆହେ ଜଗନ୍ନାଥ । ଜୟ ଜଗନ୍ନାଥ । ଏହି ଟ୍ୱିଟ ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।
ଏହି ପରିକ୍ରମା କାର୍ୟ୍ୟ ଶୀଘ୍ର ଶେଷ ହେଉ ଶ୍ରଦ୍ଧାଳୁ ଚାହୁଁଥିଲେ । ପୁରୀ ବିଧାୟକ ମଧ୍ୟ ଚାହୁଁଥିଲେ, ଆଜି ସ୍ପଷ୍ଟ ହୋଇଗଲା , ସ୍ୱୟଂ ମହାପ୍ରଭୁ ମଧ୍ୟ ଚାହାନ୍ତି ଏ ପ୍ରକଳ୍ପ କାର୍ଯ୍ୟ ବନ୍ଦ ନହେଉ । ରାଜ୍ୟ ସରକାର ଯାହା କରୁଛନ୍ତି ଠିକ ଭାବରେ କରୁଛନ୍ତି । ପ୍ରଭୁ ଜଗନ୍ନାଥଙ୍କ ଇଛା ସୁପ୍ରିମ କୋର୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ବୋଲି ସାଧାରଣ ରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.