Friday , September 29 2023
Breaking News
Home / ଶିକ୍ଷା / ଲୋକନାଥ ମହାବିଦ୍ୟାଳୟ ରେ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ

ଲୋକନାଥ ମହାବିଦ୍ୟାଳୟ ରେ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ

ଗରଦପୁର,୦୩/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ର ଇତିହାସ (ସମ୍ମାନ) ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସୀତାକାନ୍ତ ମହାନ୍ତିଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ କ୍ଷୀରୋଦ ପ୍ରସାଦ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଚିତ୍ରୋତପଳା ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ନିର୍ମଳ କୁମାର ମଲିକ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଅନୀଲ କୁମାର ଦାସ ଓ ବିଭାଗର ବରିଷ୍ଠ ଅଧ୍ୟାପକ ରମାକାନ୍ତ ପାଣି ପ୍ରମୁଖ ଶ୍ରୀଯୁକ୍ତ ମହାନ୍ତିଙ୍କ ଆଦର୍ଶ ଓ ଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ । ଯୁକ୍ତ ୩ ସମ୍ମାନ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ସୋନାଲିସା ଦାସ, ପ୍ରିୟଙ୍କା ପଟ୍ଟନାୟକ, ସୋନାଲି ବିଶ୍ୱାଳ, ଶୁଭଲକ୍ଷ୍ମୀ ନାୟ, ପୂର୍ବତନ ଛାତ୍ର ଭାବଗ୍ରାହୀ ଦାସ, ଜିତେନ୍ କୁମାର ଦାସ ଓ ପୂର୍ବତନ ଛାତ୍ରୀ ଡ଼େଜାଲିନ୍ ସାମଲ ପ୍ରମୁଖ ସେମାନଙ୍କ ଅନୁଭୂତି ବଖାଣିଥିଲେ । ଶ୍ରୀଯୁକ୍ତ ମହାନ୍ତିଙ୍କ ଦୀର୍ଘ ନୀରାମୟ ସୁଖୀ ଜୀବନ କମନା କରିବା ସହିତ ମାନପତ୍ର, ଉପଢ଼ୌକନ ଆଦି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରାଧ୍ୟାପକ କ୍ଷୀରୋଦ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *