ଭୁବନେଶ୍ୱର , ୦୩/୦୬/୨୦୨୨( ଓଡ଼ିଶା ସମାଚାର )- ରାଜ୍ୟରେ ଦେଖାଦେଇଛି ସ୍ୱାଇନ ଫ୍ଲୁ । ରାଜଧାନୀ ଭୁବନେଶ୍ୱରେ ୨ଜଣ ସ୍ୱାଇନ ଫ୍ଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ଜଣେ ୩୭ ବର୍ଷୀୟ ପୁରୁଷ ହୋଇଥିବାବେଳେ ଆଉ ଜଣେ ୨୭ ବର୍ଷୀୟା ମହିଳା । ଭୁବନେଶ୍ୱର ୟୁନିଟ ୪ ଅଂଚଳର ଏକ ଘରୋଇ ମେଡ଼ିକାଲରେ ଦୁଇ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ଏହାକୁ ନେଇ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ ସାଧାରଣତଃ ପ୍ରାକ୍ ମୌସୁମୀ ଓ ଶୀତଦିନେ ସ୍ୱାଇନ ଫ୍ଲୁ ଦେଖାଦେଇଥାଏ । ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଓଡ଼ିଶା ସମାଚାର