Friday , March 31 2023
Home / ବିଶେଷ / ବିଶ୍ୱ ବାଇସାଇକେଲ ଦିବସ ଉପଲକ୍ଷେ ଆହ୍ୱାନ କମ୍ବାଇନ୍ସର ସାଇକେଲ ରାଲି

ବିଶ୍ୱ ବାଇସାଇକେଲ ଦିବସ ଉପଲକ୍ଷେ ଆହ୍ୱାନ କମ୍ବାଇନ୍ସର ସାଇକେଲ ରାଲି

ପାରାଦୀପ,୦୩/୦୬/୨୦୨୨( ଓଡ଼ିଶା ସମାଚାର )- ଶାରୀରିକ ସୁସ୍ଥତା ଓ ସର୍ବଦା ଫିଟ୍ନେସର ପ୍ରୋତ୍ସାହନ ପାଇଁ ପ୍ରତିବର୍ଷ ଜୁନ ୩ତାରିଖରେ ବିଶ୍ୱ ସାଇକେଲ ଦିବସ ପାଳନ କରାଯାଏ । ଏହି ଦିବସ ଉପଲକ୍ଷେ ପାରାଦୀପର ଅଗ୍ରଣୀ ସାମାଜିକ ସଂଗଠନ ଆହ୍ୱାନ କମ୍ବାଇନ୍ସସ ପକ୍ଷରୁ ଶୁକ୍ରବାର ଦିନ ସୌଭିକ ଫାଉଣ୍ଡେସନ ମିଳିତ ସହଯୋଗରେ ଏକ ସାଇକେଲ ରାଲି ଆୟୋଜିତ ହୋଇଯାଇଛି । ଏହି ଅବସରରେ ପାରାଦୀପ ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶଦାତା ଡି.ଏନ୍. ସୋନ୍ଧି ଓ ହିସାବ ନିରୀକ୍ଷକ ପି.କେ. ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଏହି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାଲି ବନ୍ଦର ସହର ପରିକ୍ରମା କରି ସମୁଦ୍ର ବେଳାଭୂମି ବାଲିଯାତ୍ରା ପଡିଆ ଠାରେ ସମାପ୍ତ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଚାଲିବା ଏବଂ ସାଇକେଲ ଚଲାଇବା ସ୍ୱାସ୍ଥ୍ୟ ପାଇଁ ବେସ ଉପଯୋଗୀ ଓ ଶରୀରକୁ ସର୍ବଦା ଫିଟ୍ ରଖିଥାଏ । ତେବେ ଆହ୍ୱାନ କମ୍ବାଇନ୍ସର ଏହି ପଦକ୍ଷେପକୁ ବେସ ପ୍ରଶଂସା କରାଯାଇଛି । ସୂଚନାଥାଉକି, ଆହ୍ୱାନ କମ୍ବାଇନ୍ସ ନିରନ୍ତର ଭାବେ ବିଭିନ୍ନ ସମୟରେ ବିନା ଶୁଳ୍କରେ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା, ଔଷଧ ବଂଟନ, ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ରିଲିଫ ବଂଟନ ଇତ୍ୟାଦି ଜନହିତକର କାର୍ଯ୍ୟ କରିଆସୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.