ରଘୁନାଥପୁର, ୦୩/୦୬/୨୦୨୨( ଓଡ଼ିଶା ସମାଚାର )- ଚାଷୀ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ, ଚାଷୀକୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତା, ବୃଦ୍ଧ ବୃଦ୍ଧା ବିକଳାଙ୍ଗ ମାନଙ୍କୁ ମାସି କ ୨ହଜାର ଭତା ପ୍ରଦାନ, ବ୍ରିଟିଶ ଅମଳରୁ ଥିବା ରିଲିଫ କୋଡକୁ ସଂଶୋଧନ କରିବା, ଅଦିନିଆ ବର୍ଷା, ବାତ୍ୟା ବିପର୍ଯ୍ୟୟ ସହାୟତା ରାଶି ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ କରିବା, କାଳିଆ ଯୋଜନାରେ ଉପଯୁକ୍ତ ହିତାଧିକାରିଙ୍କୁ ସାମିଲ କରିବା, ଜଳସେଚନ, ଜଳ ନିଷ୍କାସନ, ବିହନ, ସାର, କୀଟନାଶକ ଔଷଧ ଯୋଗାଣରେ ସ୍ୱଚ୍ଛତା, ମୁଗ, ପନିପରିବା ମଣ୍ଡି ଓ ସରକାରୀ ଶୀତଳ ଭଣ୍ଡାର ସ୍ଥାପନ କରିବା, ଖରିଫ୍ ଧାନକିଣାରେ ମିଲର ସମବାୟ ସମିତି ସମ୍ପାଦକ ମାନଙ୍କ ଦୁର୍ନିତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଷଣ୍ଢ, ମାଙ୍କଡ ଉପଦ୍ରବ୍ୟରୁ ଚାଷୀକୂଳଙ୍କୁ ସୁରକ୍ଷା ଦେବା, ଖାଦ୍ୟ ପକ୍ରିୟା କରଣ ଶିଳ୍ପ ମାଧ୍ୟମରେ ବେକାରୀ ବେରୋଜଗାର ଦୂର କରିବା, ସବୁ ଚାଷୀଙ୍କ ଠାରୁ ବଳକା ଧାନ କିଣିବାର ସୁବୋନ୍ଦବସ୍ତ କରିବା ଆଦି ଦାବି ଗୁଡିକୁ ନେଇ ନବନିର୍ମାଣ କୃଷକ ସଂଗଠନ ଜଗତସିଂହପୁର ତରଫରୁ ରଘୁନାଥପୁର ତହସିଲ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଆଜି ସକାଳ ୯ଟାରେ ପ୍ରଥମେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତୁମୂର୍ତିରେ ମାଲ୍ୟାର୍ପଣ କରି ଏକ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟରେ ପହଂଚି ସେଠାରେ ଧାରଣା ଦେଇଥିଲେ । ରଘୁନାଥପୁର ତହସିଲଦାର ରୁପାଲିକା ଦାଶ ଧାରଣା ସ୍ଥଳକୁ ଆସି ଚାଷୀମାନଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକୀ ପତ୍ର ଗ୍ରହଣ କରି ଆସନ୍ତା ୭ଦିନ ମଧ୍ୟରେ ଜୱାଦ ସହାୟତା ଚାଷୀମାନଙ୍କ ନିକଟରେ ପହଂଚାଇବା ପାଇଁ ପ୍ରତିଶୃତି ଦେଇଥିଲେ । ସହାୟତା ରାଶି ଚାଷୀଙ୍କ ନିକଟରେ ନପହଂଚିଲେ ଆନ୍ଦୋଳନ ତ୍ରୀବତର ହେବ ବୋଲି ଚାଷୀନେତା ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ଦେବୀପ୍ରସାଦ ମହାରଣା, ଶରତ ମହାପାତ୍ର, ନିଗମାନନ୍ଦ ଦାସ, ବେଣୁଧର ବେହେରା, ବୈରାଗୀ ସାହୁ, ସୁରେନ ରାଉତ, ପବିତ୍ର ନାୟକ, ଗୋବିନ୍ଦ ସାହୁ, ଦେବେନ୍ଦ୍ର ମହାନ୍ତି, ଜୟଦେବ ମହାନ୍ତି, ଧୃକଟି ମହାନ୍ତି, ରମେଶ ମହାନ୍ତି, ସୁରେନ୍ଦ୍ର ମହାରଣା, ସୁରେଶ ସାହୁ, ରବିନ୍ଦ୍ର ସାହୁ, ଅଟଳ ବିହାରୀ ରାଉତ, ହବିବ ବେଗ୍, ଶାରଦା ବେହେରା, ନାରାୟଣ ବିଶ୍ୱାଳ, ଯୁଧିଷ୍ଠିର ସାହୁ ପ୍ରମୁଖ ବହୁ ଚାଷୀ ସାମିଲ ଥିଲେ । ଓଡ଼ିଶା ସମାଚାର