Friday , March 31 2023
Home / ରାଜନୀତି / ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର , ୦୩/୦୬/୨୦୨୨( ଓଡ଼ିଶା ସମାଚାର )- ସଂଗ୍ରାମ କେଶରୀ ଜେନା ସ୍ମୃତି ସଂସଦ କାର୍ଯ୍ୟାଳୟ (ଭିଆଇ-୧/୨) ୟୁନିଟ୍-୨ ପ୍ରାଙ୍ଗଣରେ ଆସନ୍ତା ଅଗଷ୍ଟ ୧୯ ତାରିଖରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ଜେନାତଙ୍କ ପ୍ରଥମ ପାଳନ ପାଇଁ ସଂସଦର ସଭାପତି ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସ୍ୱର୍ଗତ ଜେନାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା ।

ଏହି ଅବସରରେ ଶ୍ରୀ ବାହିନୀପତି କହିଥିଲେ ଯେ, ଖୁବ୍ ଶୀଘ୍ର ରାଜ୍ୟସ୍ତରୀୟ କମିଟି ଓ ଜିଲ୍ଲା ମୁଖ୍ୟମାନଙ୍କ ନାମ ଘୋଷଣା କରାଯିବ । ବିଭିନ୍ନ ଜିଲ୍ଲାରେ ସଂଗ୍ରାମ କେଶରୀ ଜେନାଙ୍କ ଶ୍ରାଦ୍ଧବାର୍ଷିକୀ / ଜନ୍ମବାର୍ଷିକୀ ସଂସଦ ପକ୍ଷରୁ ପାଳନ କରାଯିବ । ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଓ ଯୁବ ସମାଜସେବୀଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । କରୋନା, ବନ୍ୟା ଓ ବାତ୍ୟା ପ୍ରଭୃତି ପ୍ରାକୃତିକ ଦୁର୍ବିପାକରେ ମଧ୍ୟ ସଂସଦର ସଭ୍ୟମାନେ ପୀଡ଼ିତମାନଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ କରିବେ । ଏହି ସଂସଦ ସଂଗ୍ରାମ ଜେନାଙ୍କ ଜନ୍ମ / ଶ୍ରାଦ୍ଧବାର୍ଷିକୀରେ ରାଜଧାନୀ ଭୁବନେଶ୍ୱର ଏବଂ ବିଭିନ୍ନ ଜିଲ୍ଲାରେ ରକ୍ତଦାନ ଶିବିରମାନ ଆୟୋଜନ କରିବ । ଆସନ୍ତା ଅଗଷ୍ଟ ୧୯ ତାରିଖରେ ସଂଗ୍ରାମ ଜେନାଙ୍କ ସ୍ମୃତି ସମ୍ବଳିତ ଏକ ସ୍ମରଣିକା ମଧ୍ୟ ପ୍ରକାଶିତ ହେବ । ସ୍ମରଣିକା ପାଇଁ ଲେଖା ପଠାଇବାକୁ ମଧ୍ୟ ଶ୍ରୀ ବାହିନୀପତି ସମସ୍ତଙ୍କୁ ଅନୁରୋଧ କରିଥିଲେ । ଆଜି ବିଭିନ୍ନ ଜିଲ୍ଲାର ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ସଂଗ୍ରାମ ଜେନା ପ୍ରେମୀ ଏହି ପ୍ରସ୍ତୁତି ବୈଠକରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ୟାସିର ନୱାଜ, ରଜତ ଚୌଧୁରୀ, ବିଶ୍ୱଜିତ ଦାସ, ଯୋଗୀନାଥ ବାହୁବଳେନ୍ଦ୍ର, ନାରାୟଣ ଜେନା, ମହମ୍ମଦ ଇମଦାଦ, ମନୋଜ ଜେନା, ମନୋଜ ରାଉତ, ରଣଜିତ ପାତ୍ର, ଅଭିଳାସ ମାଣିଆ, ଆଲୋକ ଲେଙ୍କା, ପ୍ରଭାସକର ମହାପାତ୍ର,  ତୁଷାରକାନ୍ତ ତପସ୍ୱୀ, କିରଣ ସାହୁ, ଅଜୟ ସାହୁ, ରାଜୀବ ପଟ୍ଟନାୟକ, ଅମିତା ବିଶ୍ୱାଳ, ବଟକୃଷ୍ଣ ରାଉତରାୟ, ନଳିନୀକାନ୍ତ ନାୟକ, ନିହାର ବେହେରା, ଜଗଦୀଶ ଗଜେନ୍ଦ୍ର, ଶାହରୁଖ ଖାନ୍, ଅମରେଶ ପରିଡ଼ା, ବିରଂଚି ବାରିକ, ଭବାନୀ ମହାପାତ୍ର, ହେମନ୍ତ ବିଶ୍ୱାଳ, ଲିଙ୍ଗରାଜ ସାହୁ, ବିପ୍ଲବ ଶିଳାଦିତ୍ୟ, ସାଗର ପଟ୍ଟନାୟକ, ସୁନିଲ ମାଟିଆ, ବିକାଶ ପଶୁପାଳକ, ପ୍ରଶାନ୍ତ ବିଶୋଇ, ନରେନ୍ଦ୍ର ମହାନ୍ତି, ଅଶୋକ ସ୍ୱାଇଁ, ବଳରାମ ନନ୍ଦ, ବେଦଦୃଷ୍ଟି ପୃଷ୍ଟି, ପିଙ୍କୁ ଆଚାର୍ଯ୍ୟ, ସୁବାସ ପ୍ରଧାନ ଓ ପ୍ରତାପ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.