Friday , March 31 2023
Home / କ୍ରୀଡ଼ା / ଖେଲୋ ଇଣ୍ଡିଆ ଯୁବ କ୍ରୀଡା: ଯୋଗାସନ କ୍ରୀଡାରେ ଯୋଗଦେବେ ଓଡ଼ିଶାରୁ ଅଭିଜିତ ତ୍ରିପାଠୀ

ଖେଲୋ ଇଣ୍ଡିଆ ଯୁବ କ୍ରୀଡା: ଯୋଗାସନ କ୍ରୀଡାରେ ଯୋଗଦେବେ ଓଡ଼ିଶାରୁ ଅଭିଜିତ ତ୍ରିପାଠୀ

ଭୁବନେଶ୍ୱର , ୦୩/୦୬/୨୦୨୨( ଓଡ଼ିଶା ସମାଚାର )- ହରିଆନାର ପଂଚକୁଲ୍ଲା ଠାରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡା ଜୁନ ୪ ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ଯୋଗାସନ କ୍ରୀଡାକୁ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରାଯାଇଛି । ଯୋଗାସନ ଯୁବ ବର୍ଗ ପାଇଁ ଓଡ଼ିଶାରୁ ଶ୍ରୀ ଅଭିଜିତ ତ୍ରିପାଠୀ ମନୋନୀତ ହୋଇଛନ୍ତି । ଏହାର ଯୋଗ୍ୟତା ପର୍ଯ୍ୟାୟ କ୍ରୀଡା ଗତ ବର୍ଷ ନଭେମ୍ବର ମାସରେ ଜାତୀୟ ଯୋଗାସନ କ୍ରୀଡା ପକ୍ଷରୁ ଭୁବନେଶ୍ୱରର କୀଟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଖେଲୋ ଇଣ୍ଡିଆ ଯୁବ କ୍ରୀଡାରେ ଅଂଶ ଗ୍ରହଣ କରିବା ପାଇଁ ଶ୍ରୀ ତ୍ରିପାଠୀ ଓ କୋଚ ଡ. ଆଲୋକ ସ୍ୱାଇଁ ଭୁବନେଶ୍ୱରରୁ ବିମାନ ଯୋଗେ ପଂଚକୁଲ୍ଲା ଯାତ୍ରା କରିଛନ୍ତି । ଏହି ଅବସରରେ ଖେଳାଳୀଙ୍କୁ ଯୋଗାସନ କ୍ରୀଡା ସଂଘର ସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ସଂପାଦକ ସରୋଜକାନ୍ତ ମହାପାତ୍ର, ନିର୍ଦ୍ଧେଶକ ଡ. ସଞ୍ଜୟ କୁମାର ପଣ୍ଡା ତଥା ବହୁ ଯୋଗ ପ୍ରେମୀମାନେ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.