Friday , March 31 2023
Home / ବିଶେଷ / କର୍ମ ସନ୍ୟାସ…. କର୍ମ ଯୋଗ ର ଭିତ୍ତି ଭୂମି

କର୍ମ ସନ୍ୟାସ…. କର୍ମ ଯୋଗ ର ଭିତ୍ତି ଭୂମି

ସନ୍ୟାସ ର ଅର୍ଥ ସଂସାର ତ୍ୟାଗ ଅଥବା ସଂସାର ପ୍ରତି ବିରକ୍ତି । ପ୍ରକୃତ ପକ୍ଷେ ସର୍ବ ଜନପ୍ରିୟ ଭାଷା ରେ ପ୍ରକାଶ କରିବାକୁ ଗଲେ ସଂସାର ତ୍ୟାଗ ସହ ଭଗବତ କୃପା ଦ୍ୱାରା ତାଙ୍କୁ ଅନ୍ୱେଷଣ ଅଥବା ପ୍ରାପ୍ତ କରିବାର ଇଛା ହିଁ କର୍ମ ସନ୍ୟାସ ଅଟେ । ଜଣେ କର୍ମସନ୍ୟାସୀ ସାଂସାରିକ କାର୍ୟ୍ୟ ତ୍ୟାଗ କରିବାପୂର୍ବକ ସମ୍ପୂର୍ଣ ରୂପେ ତାଙ୍କୁ ଭଗବାନଙ୍କ ଇଛାନୁସାରେ ସମର୍ପିତ କରିଥାନ୍ତି ଅନ୍ୟପକ୍ଷରେ କର୍ମଯୋଗୀ ଅତ୍ୟନ୍ତ ସୁଚାରୁ ରୂପେ କର୍ମ କରି ଦକ୍ଷତାନୁଯାୟୀ ନିଜର ମନକୁ ନିରବଛିନ ଭାବରେ ଆଧ୍ୟାତ୍ମିକ ପଥପ୍ରଦର୍ଶକ (ଗୁରୁ) ଏବଂ ଭଗବାନଙ୍କ ନିକଟରେ ଓତପ୍ରୋତ ହୋଇ ମଧ୍ୟ କେବେହେଲେ ମନରେ ଏହାର ଫଳାଫଳ ଉପରେ କୌଣସି ଆଶା ରଖିନଥାନ୍ତି ଓ ପ୍ରତ୍ୟେକ କର୍ମ ନିମନ୍ତେ ସେ ନିଜର ଗୁରୁ ଅଥବା ଆଧ୍ୟାତ୍ମିକ ପଥପ୍ରଦର୍ଶକ ଏବଂ ଭଗବାନଙ୍କୁ ସର୍ବଦା ତାଙ୍କର ପର୍ୟ୍ୟବେକ୍ଷକ (ଦ୍ରଷ୍ଟା ) ତଥା ରକ୍ଷକ ମନେକରି ସର୍ବଦା କର୍ମ କରିଥାନ୍ତି ଓଏହା ଦ୍ୱାରା ସେ କର୍ମଫଳ ପ୍ରାପ୍ତିଠାରୁ ଅସଂଗଲଗ୍ନ ରହିଥାନ୍ତି . ଶ୍ରୀମଦ ଭଗବତ ଗୀତା କହେ –
“ସଂନ୍ୟାସ କର୍ମୟୋଗଶ୍ଚ ନିଃଶ୍ରେୟସକରାବୁଭୌ ।
ତୟୋସ୍ତୁ କର୍ମସଂନ୍ୟାସାତ୍ କର୍ମୟୋଗୋ ବିଶିଷ୍ୟତେ ॥୨॥“
ଶ୍ରୀମଦ ଭଗବତ ଗୀତା ଅଧ୍ୟାୟ -୫
ଯଦ୍ୟପି କର୍ମଯୋଗ ଏବଂ କର୍ମସନ୍ନ୍ୟାସ ଉଭୟ ଈଶ୍ଵରାଶୀର୍ବାଦ ଦିଗରେ ନେଇଯାଏ, ଉପରୋକ୍ତ ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ପ୍ରାଞ୍ଜଳ ଭାଷାରେ କର୍ମସନ୍ନ୍ୟାସ ଅପେକ୍ଷା କର୍ମଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି । କାରଣ ଏହାର ପ୍ରଭାବ ସାମାଜିକ ଅଭିବ୍ୟକ୍ତି ଉପରେ ପଡିଥାଏ । ଦ୍ୱିତୀୟରେ ଜଣେ କର୍ମଯୋଗୀ ହେବା ସହଜ . କାରଣ କର୍ମ କରିବା ଆମ୍ଭମାନଙ୍କର ସ୍ୱାଭାବିକ ପ୍ରବୃତ୍ତିଅଟେ ।
କର୍ମଯୋଗର ଅଭ୍ୟାସ କଷ୍ଟକର ହୋଇଥାଏ…… କାହିଁକି ?

ସାଧାରଣତଃ ଆମ୍ଭମାନଙ୍କର ମନ ଆମର କ୍ରମସ୍ଥଳୀରେ ଗୋଟିଏ ସ୍ଥାନରେ ପ୍ରାୟତଃ ରହେ ନାହିଁ । ମନର ଏକ ବୃହଦଂଶ ଭୟର ଏକ ଭୀଷଣ ଜଙ୍ଗଲ, ଇର୍ଷା ଓ ଦ୍ୱେଷ ଆଦିର ଅନ୍ଧକାର ଗୁମ୍ଫା ଏବଂ କାଳ୍ପନିକ ବିଫଳତାର ବିଶାଳ ମରୁଭୂମିରେ ବିଚରଣ କରିଥାଏ। ତେଣୁ ଅନାକର୍ଷଣର ପ୍ରାବଲ୍ୟ ଯୋଗୁଁ ସାଂସାରିକ କାର୍ୟ୍ୟ ସହ ଜଣେ ମନକୁ ଭଗବାନଙ୍କଠାରେ ଲଗାଇବାକୁ କଷ୍ଟକର ମନେକରିବା ସହିତ ଅସମ୍ଭବ ମନେ କରିଥଏ । ମାତ୍ର କର୍ମସନ୍ନ୍ୟାସ ଟିକେ ଅଲଗା । ଏହାକୁ ଆୟତ୍ତ କରିବା ଏକ କଳା । ଏହିପାଇଁ ପ୍ରଥମେ ମନକୁ ନିୟନ୍ତ୍ରିତ କରି ଦହି ସଦୃଶ ଜମେଇବାକୁ ପଡିବ ।
ଧ୍ୟାନର ନୂତନ ସଂଜ୍ଞା ନିରୂପଣ ….
ଜଗତ୍ ଗୁରୁ ଶ୍ରୀ କୃପାଳୁଜୀ ମହାରାଜ ଏଥିନିମନ୍ତେ ଏକ ସରଳ କିନ୍ତୁ କୌଶଳର ଅବତାରଣା କରିଛନ୍ତି । ଏଥିପାଇଁ ଆମକୁ ଦିନର କିୟଦଂଶ ଏକ ନିର୍ଜନ ସ୍ଥାନରେ ଅଥବା ଏକାନ୍ତରେ ଅତିବାହିତକରିବାକୁ ହେବ ଯେତେବେଳେ କି ଭଗବାନଙ୍କର ଦିବ୍ୟ ରୂପ ଉପରେ ଧ୍ୟାନ ସହ ତାଙ୍କର ଗୁଣ, ଲୀଳା, ଧାମ ତଥା ତାଙ୍କର ସନ୍ଥଙ୍କୁ ସ୍ମରଣ କରିବ. କ୍ଷୀର ଯେପରି ନିଭୃତ ସ୍ଥାନରେ ଦହିରେ ପରିଣତ ହୋଇଥାଏ, ମନ ସେହିପରି ଭାବେ ନିରବଛିନ୍ନ ସାଧନା କୌଶଳ ଦ୍ୱାରା ଅନ୍ତର୍ମୁଖୀ ହୋଇଥାଏ । ଏହି ସାଧନା କୌଶଳ ମନକୁ ନିରବଛିନ୍ନ ଭାବରେ ଆଧ୍ୟାତ୍ମିକ ପଥପ୍ରଦର୍ଶକ (ଗୁରୁ) ତଥା ଭଗବାନଙ୍କ ଠାରେ ଯୁକ୍ତହୋଇ ରଖୁଥିବା ଯୋଗୁଁ ଭଗବାନ ସର୍ବତ୍ର ବିଦ୍ୟମାନ ବୋଲି ଅନୁଭବ କରାଇବା ସହିତ ଆମର ପ୍ରତିଟି କାର୍ୟ୍ୟର ଦ୍ରଷ୍ଟା ଏବଂ ରକ୍ଷକ ବୋଲି ପ୍ରତିକ୍ଷଣ ଚେତାଇ ଦେଇଥାଏ । ଏହାହିଁ କର୍ମଯୋଗର ପ୍ରକୃତ ଅବସ୍ଥା ।
“ତସ୍ମାତ୍ସର୍ବେଷୁ କାଳେଷୁ ମାମନୁସ୍ମର ୟୁଦ୍ଧ ଚ “ଶ୍ରୀମଦଭଗବତ ଗୀତା ଅଧ୍ୟାୟ –୮
ବ୍ରଜ ଗୋପିକା ସେବା ମିଶନ, ସ୍ୱାମୀ ଶ୍ରୀ କୃପାଳୁ ଜୀ ମହାରାଜଙ୍କର ଉପରୋକ୍ତ କୌଶଳକୁ ନେଇ ୧୯୯୬ ମସିହା ଠାରୁ ବିଭିନ୍ନ ସହରରେ ବୃହତ କାର୍ୟ୍ୟକ୍ରମର ଆୟୋଜନ କରିଆସୁଅଛି । ଯାହା ତାତ୍ପର୍ୟ୍ୟପୂର୍ଣ୍ଣ ଅଟେ ତଥା ଆଧ୍ୟାତ୍ମିକ ଗୁରୁତ୍ତ୍ଵ ମଧ୍ୟ ବହନ କରିଥାଏ । ଏହି ଶିବିରର ଅନନ୍ୟ, ଅନୁପମ ଏବଂ ଏକମାତ୍ର ବୈଶିଷ୍ଟ୍ୟ ହେଲା ରୁପଧ୍ୟାନ ସାଧନା ଯାହା ଜଗତ୍ ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ଦ୍ୱାରା ବିଶେଷ ଭାବରେ ଶିକ୍ଷାଦାନ କରାଯାଇଛି ଓ ଏହି ସାଧନା ଶିବିର ଶ୍ରୀ ମହାରାଜଜୀ ଙ୍କର ଦୁଇ ପ୍ରମୁଖ ପ୍ରଚାରକ ପୂଜନୀୟା ରାସେଶ୍ୱରୀ ଦେବୀ ଜୀ ଏବଂ ସ୍ୱାମୀ ଶ୍ରୀ ଯୁଗଳ ଶରଣଜୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇ ଆସୁଅଛି । ଏହି ଶିବିରରେ ଅନୁଷ୍ଠିତ ହେଉଥିବା ହୃଦୟସ୍ପର୍ଶୀ ସଙ୍କୀର୍ତ୍ତନ, ନିର୍ଦେଶିତ ଧ୍ୟାନ ଏବଂ ପ୍ରବଚନ, ଇନ୍ଦ୍ରିୟ ତଥା ମନକୁ ଏକ ଗଭୀର ଯୋଗ / ଧ୍ୟାନ ସାଧନାରେ ସାଧକ ଭକ୍ତମାନଙ୍କୁ ନିମଜ୍ଜିତ କରିଥାଏ । ଏହା ଧ୍ୟାନ ଏବଂ ସାଧନା ଉପରେ ଲକ୍ଷ୍ୟ ରଖିବା ସହ ମନକୁ ପୁର୍ଣତୋୟା ଦିବ୍ୟ ଅନୁଭବରେ ନିମଗ୍ନ କରିଦେଇଥାଏ । ଏହା ଯୋଗ ଏବଂ ସାଧନା ଉପରେ ଲକ୍ଷ୍ୟ ରଖିବା ସହ ମନକୁ ପୂର୍ଣତୟା ଦିବ୍ୟ ଅନୁଭବରେ ନିମଗ୍ନ କରିଦେଇଥାଏ । ପ୍ରତ୍ୟେକଙ୍କର ଏପରି ଅନୁଭବ ହୋଇଥାଏ ଯେ, ଏ ମାୟିକ ଜଗତର ଅସାରତାକୁ ଛାଡି ଅନ୍ତର୍ମୁଖୀ ହେବା ଦ୍ୱାରା ଆମେ ପ୍ରକୃତ ଆତ୍ମା ବିଷୟରେ ସଚେତନ ହୋଇପାରିବା ।

ଏହି କ୍ରମରେ ପ୍ରଥମ ସାଧନା ଶିବିର ଜଗନ୍ନାଥ ଧାମ ପୁରୀରେ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ଶିବିର ଗୁଡିକ ଭାରତବର୍ଷର ବିଭିନ୍ନ ସ୍ଥାନ ଯଥା -ଦ୍ଵାରକା (ଗୁଜରାଟ), ରାମେଶ୍ୱରଂ (ତାମିଲନାଡୁ ), ନବଦ୍ୱୀପ(ପଶ୍ଚିମ ବଙ୍ଗ ), ହରିଦ୍ୱାର(ଉତ୍ତରାଖଣ୍ଡ ,ନାସିକ (ମହାରାଷ୍ଟ୍ର ), ଉଜ୍ଜୟିନୀ (ମଧ୍ୟ ପ୍ରଦେଶ ), କଟରା, ((ଜାମ୍ମୁ ), ଚିତ୍ରକୂଟ, ଅମରକଣ୍ଟାକ (ମଧ୍ୟ ପ୍ରଦେଶ ) ଆଦି ତୀର୍ଥ ତଥା ଧାର୍ମିକ ସ୍ଥାନ ରେ ହୋଇଆସୁଅଛି । ସ୍ଥାନର ଆଧ୍ୟାତ୍ମିକ ଗୁରୁତ୍ତ୍ଵକୁ ନେଇ ଶିବିର ର ସ୍ଥାନ ନିରୂପଣ ସହ ସାଧକମାନଙ୍କୁ ସ୍ଥାନର ଆଧ୍ୟାତ୍ମିକ ଗୁରୁତ୍ତ୍ଵ ସହ ପରିଚୟ ଏବଂ ଭାରତର ବିଭିନ୍ନ ଆଧ୍ୟାତ୍ମିକ ବିଭିନ୍ନତା ସହ ସ୍ଥାନ ଗୁଡିକର ଗୁରୁତ୍ତ୍ଵ ସମ୍ପର୍କରେ ଆଲୋଚନା କରାଯାଇଥାଏ । ନିରବଛିନ୍ନ ଭାବରେ ବିଗତ ୨୬ ବର୍ଷ ଧରି ଏହି ଶିବିର ଗୁଡିକ ଅନୁଷ୍ଠିତ ହୋଇଆସୁଥିବା ସଂଗେ-ସଂଗେ ହଜାର-ହଜାର ବ୍ୟକ୍ତି ବିଶେଷଙ୍କୁ ଏହା ଉପକୃତ କରିବା ସହ ସେମାନଙ୍କର ଜଗତିକ ଜୀବନ ଶୈଳୀ କୁ ଆଧ୍ୟାତ୍ମିକତାର ଦିଗ୍ଦର୍ଶନ ଦେଇଛି । ଏପର୍ୟ୍ୟନ୍ତ ପ୍ରାୟ ୬୩ ଟି ସାଧନା ଶିବିର ଆୟୋଜିତ ହୋଇସାରିଛି । କରୋନା ମହାମାରୀ ଯୋଗୁଁ ଏହି ଶିବିର ବିଗତ ୩ବର୍ଷ ହେଲା ଅନ୍ ଳାଇନ୍ ରେ ହୋଇ ଆସୁଅଛି । ଏହି ବର୍ଷ ୨୦୨୨ରେ ମଧ୍ୟ ପରୀକ୍ଷାମୂଳକ ଭାବରେ ଦୁଇ ପ୍ରକାର ଅର୍ଥାତ ଅନ୍ ଲାଇନ୍ ଏବଂ ଅଫ୍ ଲାଇନ୍ ରେ ଆୟୋଜିତ ହେଉଅଛି ।
– ଏହି ଶିବିର ୭ଦିନ ନିମନ୍ତେ ଏକ ନିଶ୍ଚିତ ଦୈନନ୍ଦିନ କାର୍ୟ୍ୟାବଳୀ ଏବଂ ସାତ୍ତ୍ଵିକ ଆହାର ସହ ଅନୁଷ୍ଠିତ ହେଉଅଛି ।
– ଶିବିରରେ ସମ୍ପୂର୍ଣ ମୌନ ଅବଲମ୍ବନ ସହ କୌଣସି ଆବଶ୍ୟକତା ଥିଲେ ଲେଖା ମାଧ୍ୟମରେ ଆଦାନ ପ୍ରଦାନ କରାଯାଇପାରେ . ଦିନଚର୍ୟ୍ୟା ପ୍ରାତଃ ୪ଘା. ୩୦ମିନିଟ ରେ ଆରମ୍ଭ ହୋଇ ବିଭିନ୍ନ କାର୍ୟ୍ୟକ୍ରମ ସହ ରାତି ୯ଟା ପର୍ୟ୍ୟନ୍ତ ଚାଲିବ ।
– ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ଆରତି ତଥା ସଂକୀର୍ତନ ।
– ଦାର୍ଶନିକ ତତ୍ତ୍ୱ ତଥା ପ୍ରବଚନ ପୂଜନୀୟା ରାସେଶ୍ୱରୀ ଦେବୀ ଜୀ ଏବଂ ପୂଜ୍ୟ ସ୍ୱାମୀ ଯୁଗଳ ଶରଣଜୀଙ୍କ ଦ୍ୱାରା ପ୍ରଦାନ କରାଯିବ ।
– ଯୋଗ ଏବଂ ପ୍ରାଣାୟାମ ସକାଳେ ତଥା ସନ୍ଧ୍ୟାରେ ମୁକ୍ତ ଆକାଶ ତଳେ ହେଵ ।
– ରୂପ ଧ୍ୟାନ ସାଧନା ଏବଂ ସଂକୀର୍ତ୍ତନ ତଥା ଧ୍ୟାନ , ଦିନର ବିଭିନ୍ନ ସମୟରେ ହେଵ ।

ଆସନ୍ତୁ, ଆମ ସହିତ ଯୋଗଦାନ କରିବାପୂର୍ବକ ଭାରତବର୍ଷର ପ୍ରାଚୀନ ବୈଦିକ ଜ୍ଞାନ ଏବଂ ପ୍ରାଚୀନ ସଭ୍ୟତା ସମ୍ପର୍କରେ ଜ୍ଞାନ ଆହରଣ କରି ଏ ମାନବ ଜନ୍ମକୁ ସାର୍ଥକ କରନ୍ତୁ ଓ ବ୍ରଜ ଗୋପିକା ସେବା ମିଶନ ଆପଣଙ୍କ ଜୀବନର ଉପଯୁକ୍ତ ମାପଦଣ୍ଡକୁ ଠିକ ମାର୍ଗ ଦର୍ଶନ କରାଇପାରିବ ବୋଲି ଆଶା ଏବଂ ବିଶ୍ୱାସ ।

Social media connects
Website : www.bgsm.org
Facebook: https://www.facebook.com/bgsmofficial
Youtube: https://www.youtube.com/c/RaseshwariDeviJi
Instagram: https://www.instagram.com/raseshwarideviji
Linkedin: https://www.linkedin.com/in/raseshwarideviji/
Twitter: https://twitter.com/raseshwaridevi
Blog: https://www.bgsm.org/blog-bgsm

Leave a Reply

Your email address will not be published.