Sunday , October 1 2023
Home / ବିଶେଷ / ଆଶା ୱାର୍କର ଜାତୀୟ ଫେଡ଼େରେସନର ସର୍ବ ଭାରତୀୟ କନଭେନସନ ଓ କର୍ମଶାଳାରେ ଦେଶ ବ୍ୟାପୀ ଆନ୍ଦୋଳନ ଆହୂତ

ଆଶା ୱାର୍କର ଜାତୀୟ ଫେଡ଼େରେସନର ସର୍ବ ଭାରତୀୟ କନଭେନସନ ଓ କର୍ମଶାଳାରେ ଦେଶ ବ୍ୟାପୀ ଆନ୍ଦୋଳନ ଆହୂତ

ଭୁବନେଶ୍ୱର,୦୩/୦୬/୨୦୨୨( ଓଡ଼ିଶା ସମାଚାର )- ଆଶା କର୍ମୀ ଜାତୀୟ ଫେଡ଼େରେସନର ସର୍ବ ଭାରତୀୟ କନଭେନଶନ ଓ କର୍ମଶାଳାର ପ୍ରତିନିଧି ଅଧିବେଶନ ଭଗବତୀ ଭବନଠାରେ ଫେଡ଼େରେସନ ସଭାପତି ମଙ୍ଗଳ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ଼ ଶ୍ୟାମ କାଲେ ବିବରଣୀ ଉପସ୍ଥାପନ କରିଥିଲେ । “ସାମ୍ପ୍ରତିକ ଭାରତର ସାମାଜିକ ଅର୍ଥନୈତିକ ସ୍ଥିତି ଓ ଏହାର ମୁକାବିଲା” ଶୀର୍ଷକ ଆଲୋଚନାରେ ପ୍ରଫେସର ବିଜୟ ବହିଦାର, “ଭାରତରେ ଶ୍ରମିକ ଆନ୍ଦୋଳନର ଇତିହାସ ଓ ଭାରତ ମୁକ୍ତି ଆନ୍ଦୋଳନରେ ଏଆଇଟିୟୁସିର ଭୂମିକା” ଶୀର୍ଷକ ଆଲୋଚନାରେ ପ୍ରଫେସର ଅମୀୟ କୁମାର ମହାନ୍ତି, ଶ୍ରମିକ ଶ୍ରେଣୀର ଶକ୍ତିଶାଳୀ ଆନ୍ଦୋଳନର ସଫଳତା ପାଇଁ ଅସଂଗଠିତ କ୍ଷେତ୍ରର ଦୃଢ଼ ସଂଗଠନ ଆବଶ୍ୟକତା ଉପରେ ଏଆଇଟିୟୁସି ଜାତୀୟ ସମ୍ପାଦକ କମ୍ରେଡ଼ ସୁକୁମାର ଦାମଲେ ଉପସ୍ଥାପନ କରିଥିଲେ । ସମଗ୍ର ଦେଶରେ ନିରାପଦ ମାତୃତ୍ୱ, ଶିଶୁ ମୃତୁ୍ୟହାର ନିୟନ୍ତ୍ରଣ ଓ କୋଭିଡ୍-୧୯ ମହାମାରୀ ସମୟରେ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣରେ ଆଶା କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶା ବ୍ୟବସ୍ଥାକୁ ସମ୍ମାନିତ କରିଥିବାରୁ ଏହି କେନ୍ଦ୍ରୀୟ ସ୍କିମ୍ ର କର୍ମୀମାନଙ୍କୁ ଜାତୀୟ ଶ୍ରମ ସମ୍ମିଳନୀ ସୁପାରିଶ ଅନୁସାରେ ୱାର୍କର ମାନ୍ୟତା, ସାମାଜିକ ନିରାପତା, ଅବସର ସମୟରେ ୫ଲକ୍ଷ ଟଙ୍କା ପ୍ରଦାନ ସହିତ ଅବସର ପରେ ପେନସନ ଇତ୍ୟାଦି ଦାବି ନେଇ ପ୍ରଥମେ ପର୍ଯ୍ୟାୟ ଅଗଷ୍ଟ ୧୫ ମଧ୍ୟରେ ପିଏଚସି ଓ ସିଏଚସି ସ୍ତରରେ, ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ୩୧ ମଧ୍ୟରେ ସିଡିଏମଓ ଓ ଜିଲ୍ଲା ସ୍ତରରେ, ତୃତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ରାଜ୍ୟ ସ୍ତରରେ ଓ ସଂସଦର ଶୀତ ଅଧିବେଶନ ସର୍ବ ଭାରତୀୟ ସ୍ତରରେ ଦିଲ୍ଲୀ ରାଲି ପାଇଁ ସର୍ବ ସମ୍ମତ ନିଷ୍ପତିି ହୋଇଅଛି । ଏହି ଅଧିବେଶନରେ ବିନୋଦିନୀ ଦେବୀ, ମାଣ୍ଡା ଡୁଙ୍ଗାରେ, ଉଷା ଦେବୀ, ସୁନୀତା ସିହ୍ନା, ପ୍ରମିଳା ଠାକୁର, ନିଖିଳ ଓଡ଼ିଶା ଆଶା କର୍ମୀ ସଂଘର ସଭାପତି ବିଜୟ ଜେନା, ସାଧାରଣ ସମ୍ପାଦିକା ନମିତା ସାହୁ, ଉପସାଧାରଣ ସମ୍ପାଦିକା ମାତିଲଦା କୁଲୁ, ଉମି ଗୁପ୍ତା, ଅନିଲତା ପାତ୍ର, ଅରୁନ୍ଧତି ଦେବୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରି ସମଗ୍ର ଦେଶର ଆଶା କର୍ମୀମାନଙ୍କ ନ୍ୟାଯ୍ୟ ଦାବି ପୂରଣ ସହ ଶ୍ରମିକ ଶ୍ରେଣୀର ଅଧିକାର ହାସଲ ପାଇଁ ଦେଶବ୍ୟାପୀ ଶକ୍ତିଶାଳୀ ଆଶାକର୍ମୀ ଆନ୍ଦୋଳନ ଗଢ଼ିତୋଳିବାକୁ ସଂକଳ୍ପ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *