Friday , March 31 2023
Home / ବିଶେଷ / ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କର ମହାନଦୀ କ୍ଲବ୍ ପରିଦର୍ଶନ

ରୋଟାରୀ ଜିଲ୍ଲା ଗଭର୍ଣ୍ଣରଙ୍କର ମହାନଦୀ କ୍ଲବ୍ ପରିଦର୍ଶନ

କଟକ ୦୨/୦୬/୨୦୨୨( ଓଡ଼ିଶା ସମାଚାର/ ଦେବଶିଷ ରଥ )- ଇତି ମଧ୍ୟରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ଶାନ୍ତନୁ କୁମାର ପାଣି ମହାନଦୀ କ୍ଲବ୍ ପରିଦର୍ଶନରେ ଆସି କ୍ଲବର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । କ୍ଲବର ସଭାପତି ରୋଟାରୀଆନ୍ ରାଜଲକ୍ଷ୍ମୀ ପାତ୍ର ଗଭର୍ଣ୍ଣରଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ କ୍ଲବର ବର୍ଷ ସାରା ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ। କ୍ଲବର ସମ୍ପାଦକ ଲଳିତ କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରସଂଶନୀୟ କାର୍ଯ୍ୟ କରୁଥିବା ସାତ ଜଣ ବ୍ୟକ୍ତିଙ୍କୁ ଗଭର୍ଣ୍ଣର ସମ୍ବର୍ଦ୍ଧିତ କରିଥିଲେ। ସେମାନେ ହେଲେ ଡଃ ଅଭୟ କୁମାର ଦାସ , ଅନନ୍ୟା ଅନୁପମା, ପୂର୍ଣ୍ଣିମା ଦାସ, ଆଲୋକ କୁମାର ସାହୁ, ଦେବାଶିଷ ରଥ , ନିରୁପମା ପତି ଆଚାର୍ଯ୍ୟ ଓ ସୌମ୍ୟ ରଞ୍ଜନ ସାହୁ। ଏହି ଉତ୍ସବରେ ପୁର୍ବତନ ଜିଲ୍ଲା ଗଭର୍ଣ୍ଣର ଶ୍ରୀ ଅଶୋକ  ବିହାରୀ ମହାପାତ୍ର , ସୌମ୍ୟ ରଂଜନ ମିଶ୍ର ଓ ଅନେକ ବରିଷ୍ଠ ରୋଟାରୀଆନ୍ ଯୋଗ ଦେଇଥିଲେ। କ୍ଲବର ପୁର୍ବତନ ସଭାପତି ସୁଜାତା ମହାପାତ୍ର , ନଟବର ପଣ୍ଡା ,ସରିତା ମିଶ୍ର , ସଞ୍ଜୟ କୁମାର ଛାପୋଲିଆ ଓ ସଦସ୍ୟମାନେ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର ଇଂ କୃଷ୍ଣ କୁମାର ଦାସ ବର୍ମା ଯୋଗ ଦେଇ କ୍ଲବର କାର୍ଯକ୍ରମର ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଆଗକୁ ଆହୁରି ଗଠନ ମୂଳକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.