Friday , March 31 2023
Home / ଶିକ୍ଷା / ରାଢ଼ଙ୍ଗ ଉଚ ପ୍ରାଥମିକ ବିଦ୍ୟାଳୟରେ ଅବସର ସମ୍ବର୍ଦ୍ଧନା ଉତ୍ସବ

ରାଢ଼ଙ୍ଗ ଉଚ ପ୍ରାଥମିକ ବିଦ୍ୟାଳୟରେ ଅବସର ସମ୍ବର୍ଦ୍ଧନା ଉତ୍ସବ

 ରଘୁନାଥପୁର, ୦୨/୦୬/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ଶିକ୍ଷା ମଣ୍ଡଳ ଅଧିନରେ ଥିବା ରାଢ଼ଙ୍ଗ ଉଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁ୍େଠିତ ହୋଇ ଯାଇଛି । ରାଢ଼ଙ୍ଗ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀରଂଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ରାଉତ, ମୁଖ୍ୟ ବକ୍ତା ସ୍ଥାନୀୟ ସରପଂଚ ସୁଶିଳ କୁମାର ବାରିକ, ସମ୍ମାନୀତ ଅତିଥି ଭାବେ ଆଂଚଳିକ ସାଧନ କେନ୍ଦ୍ର ସାଂଯୋଜକ ତରୁଣ କୁମାର ଜେନା ଯେଗଦେଇ ଅବସର ନେଇଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ଅମ୍ବିକାବାଳା ଜେନାଙ୍କ ଦୀର୍ଘଦିନର କର୍ମମୟ ଜୀବନରେ ଏହି ବିଦ୍ୟାଳୟ ମାଧ୍ୟମରେ ଅନେକ ପିଲାଙ୍କୁ ଉଚ ଶିକ୍ଷିତ କରିବାରେ ସହାୟକ ହୋଇଥିଲେ । ଅତିଥିମାନେ ତାଙ୍କ ପାଠ ପଢ଼ାଇବା କୌଶଳକୁ ପ୍ରସଂଶା କରିବା ସହିତ ତାଙ୍କ ଅବଶିଷ୍ଟ ଜୀବନକାଳ ସୁଖମୟ ହେଉବୋଲି ଭଗବାନଙ୍କ ନିକଟରେ ଆଶା ପ୍ରକାଶ କରିବା ସହିତ ତାଙ୍କୁ ମାନପତ୍ର, ଉପଢ଼ୌକନ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସଭାରେ ଶିକ୍ଷୟିତ୍ରୀ ଶ୍ରୀମତୀ ବିଣାପାଣି ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ  ଉଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା ମହାନ୍ତି ସଭା ପରିଚାଳନା କରିଥିଲେ । ଉଭୟ ବିଦ୍ୟାଳୟ୍ରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ , ପରିଚାଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ଥିବାବେଳେ ଶିକ୍ଷୟିତ୍ରୀ ଶ୍ରମତୀ ଶୁସାନ୍ତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.