Sunday , October 1 2023
Home / ବିଶେଷ / ରଥଯାତ୍ରା ପାଳନ ପ୍ରସ୍ତୁତି ଓ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

ରଥଯାତ୍ରା ପାଳନ ପ୍ରସ୍ତୁତି ଓ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

କଟକ,୦୨/୦୬/୨୦୨୨( ଓଡ଼ିଶା ସମାଚାର )- କଟକରେ ରଥଯାତ୍ରା-୨୦୨୨ ପାଳନ ନିମନ୍ତେ ଏକ ପ୍ରସ୍ତୁତି ଓ ସମନ୍ବୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସହରର ହରିପୁର-ଦୋଳମୁଣ୍ଡାଇସ୍ଥିତ ଜଗନ୍ନାଥ ମନ୍ଦିର, ଚାନ୍ଦିନୀଚୌକସ୍ଥିତ ଜଗନ୍ନାଥ ମନ୍ଦିର ଓ ରାଣୀହାଟସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ହେବ। ଏଥିପାଇଁ ଉପଯୁକ୍ତ ସମନ୍ବୟ ରକ୍ଷାକରିବା ନିମନ୍ତେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗୁରୁତ୍ବାରୋପ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କ ସହ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ସହ କମିଟିରେ ଉପଜିଲ୍ଲାପାଳ କଟକ ସଦର ସଭ୍ୟଭାବେ କାର୍ୟ୍ୟ ସଂପାଦନ କରିବେ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କମିଟିର ସଦସ୍ୟ ଆବାହାକ ଭାବେ କାର୍ୟ୍ୟ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ର ଯୋଗ ଦେଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପ୍ରାକ ପ୍ରସ୍ତୁତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ଚାନ୍ଦିନୀଚୌକ ଶ୍ରୀ ଶ୍ରୀ ଜାଗନ୍ନାଥ ମନ୍ଦିର ପରିଚାଳନା ସମିତି, କାର୍ୟ୍ୟକାରୀ ସଭାପତି ଭିକାରି ଦାସ, ଦିଲ୍ଲୀପ କୁମାର ପ୍ରଧାନ, କଟକ ମହାନଗର ଶାନ୍ତିକମିଟିର ସଭାପତି ଦେବେନ୍ଦ୍ର କୁମାର ସାହୁ, ହରିପୂର-ଦୋଳମୁଣ୍ଡାଇ ପୂଜାକମିଟିର ସମ୍ପାଦକ ଲିଙ୍ଗରାଜ ହାତୀ, ରାଣୀହାଟ ପୂଜା କମିଟିର ସଭାପତି ବିଜୟ କୁମାର ସାହୁ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟବ୍ରତ ଛୋଟରାୟ, ଉପଜିଲ୍ଲାପାଳ କଟକ ସଦର ପ୍ରତାପଚନ୍ଦ୍ର ବେଉରା, ଅତିରିକ୍ତ ଆରକ୍ଷୀ ଉପଆୟୁକ୍ତ ଅନୀଲ କୁମାର ମିଶ୍ର, କଟକ ମହାନଗର ନିଗମର ଉପଆୟୁକ୍ତ ଅଜୟ କୁମାର ମହାନ୍ତି, ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି ସନ୍ତୋଷ କୁମାର ରଥ, କଟକ ମହାନଗର ନିଗମର ସ୍ୱାସ୍ଥ୍ୟାଧିକାରୀ ଡକ୍ଟର ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁଙ୍କ ସମେତ ଦୁରସଞ୍ଚାର ଯନ୍ତ୍ରୀ, ଅଗ୍ନିଶମ ବିଭାଗର ପ୍ରତିନିଧି, ଜନସ୍ୱାସ୍ଥ୍ୟ ଅଧିକ୍ଷଣ ଯନ୍ତ୍ରୀଙ୍କ ପ୍ରତିନିଧି, ବିଭିନ୍ନ ପୂଜାକମିଟିର ସଭ୍ୟ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *