Sunday , October 1 2023
Home / ବିଶେଷ / ରଘୁନାଥପୁର ବଜାରରୁ ୭୦ହଜାର ୫ଶହ ଟଙ୍କା ଲୁଟି ନେଲେ ଦୁର୍ବୃତ   – ଅଭିଯୋଗ

ରଘୁନାଥପୁର ବଜାରରୁ ୭୦ହଜାର ୫ଶହ ଟଙ୍କା ଲୁଟି ନେଲେ ଦୁର୍ବୃତ   – ଅଭିଯୋଗ

ରଘୁନାଥପୁର, ୦୨/୦୬/୨୦୨୨( ଓଡ଼ିଶା ସମାଚାର )- ଜଗତସିଂହପୁର ଥାନା ଅନ୍ତର୍ଗତ ଗୋଠିଣା ଗ୍ରାମର ନବଘନ ଦାସଙ୍କ ପୁଅ ମହେନ୍ଦ୍ର ଦାସ ଆଜି ଦିନ ୧ଟା ବେଳେ ରଘୁନାଥପୁର ଷ୍ଟେଟ ବ୍ୟାଙ୍କରୁ ୬୧ହଜାର ଟଙ୍କା ଉଠାଇବା ପରେ ନାରାୟଣ ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମରୁ ୯ହଜାର ୫ଶହ ଟଙ୍କା ଉଠାଇ ନିଜ ବାଇକରେ ଏକ ବ୍ୟାଗରେ ଟଙ୍ଗାଇ ରଘୁନାଥପୁର ବଜାରରେ ଥିବା ଏକ ଦୋକନାରୁ ପାଣି ପିଉଥିଲେ । ଏହି ସମୟରେ ତାଙ୍କୁ ବ୍ୟାଙ୍କରୁ ପିଛା କରୁଥିବା ୨ଜଣ ଦୁବୃର୍ତ ଏକ କେଟିଏମ ଡୁ୍ୟକ୍ ବାଇକରେ ଆସି ଉକ୍ତ ମୋଟର ସାଇକେଲରେ ଟଙ୍ଗା ଯାଇଥିବା ଟଙ୍କା ବ୍ୟାଗ୍ କୁ ଝାମ୍ପିନେଇ ବାଇକରେ ବସି କଟକ ଅଭିମୁଖେ ଦ୍ରୁତଗତିରେ ପଳାଇଥିଲେ । ମହେନ୍ଦ୍ର ତାଙ୍କୁ ପଛରୁ ଗୋଡାଇ ଧରି ପାରିନଥିଲେ । ମହେନ୍ଦ୍ର ନିଜ ଗ୍ରାମ ଗୋଠିଣାରେ ପ୍ରଗତି ଦୁଗ୍ଧସଂଗ୍ରହ କେନ୍ଦ୍ର ଖୋଲି ଲୋକମାନଙ୍କ ଠାରୁ କ୍ଷୀର ସଂଗ୍ରହ କରି ପ୍ରତି ସପ୍ତାହରେ ଦୁଗ୍ଧ ଚାଷୀମାନଙ୍କୁ ଟଙ୍କା ପ୍ରଦାନ କରିଥାନ୍ତି । ଆଜି ମହେନ୍ଦ୍ର ଷ୍ଟେଟ ବ୍ୟାଙ୍କଙ୍କୁ ଆସି ଉକ୍ତ ଟଙ୍କାକୁ ଦୁଗ୍ଧ ଚାଷୀମାନଙ୍କୁ ଦେବାପାଇଁ ନେବାକୁ ଆସିଥିଲେ । ମାତ୍ର ଏହି ଟଙ୍କାକୁ ଦୁବୃର୍ତମାନେ ତାଙ୍କ ଠାରୁ ଲୁଟି ନେଇଛନ୍ତି । ଏହି ସମ୍ପର୍କରେ ମହେନ୍ଦ୍ର ରଘୁନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ରଘୁନାଥପୁର ଥାନା ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ପାଇପାରିନାହାନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *