Friday , March 31 2023
Home / Uncategorized / ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତଙ୍କୁ ସହାୟତା

ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତଙ୍କୁ ସହାୟତା

କେନ୍ଦ୍ରାପଡ଼ା, ୦୨/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ରୋଗରେ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ସୁଦୂର ଆମେରିକାରେ ଥିବା ପ୍ରଫେସର ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଓ ସାମ୍ବାଦିକ ସୋମନାଥ ସାହୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ପାରାଚକ ଗ୍ରାମର କର୍କଟ ରୋଗରେ ପିଡିତା ଦିବାକର ମଳିକଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଳିକଙ୍କ ଘରେ ପହଂଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିପରି ରାଜନଗର ବ୍ଲକ ଅନ୍ତର୍ଗତ କେରଡାଗଡ ଅଂଚଳର ବାଲିସାହି ପାଟଣା ଗ୍ରାମର କର୍କଟ ରୋଗରେ ପିଡିତ ପ୍ରଦିପ୍ତ ପ୍ରଧାନଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.