Friday , March 31 2023
Home / ତାଜା ଖବର / ବାଇକ୍ ରୁ ପଡ଼ି ଯୁବତୀ ଙ୍କ ମୃତ୍ୟୁ -ଯୁବକ ଅଟକ

ବାଇକ୍ ରୁ ପଡ଼ି ଯୁବତୀ ଙ୍କ ମୃତ୍ୟୁ -ଯୁବକ ଅଟକ

ଜୁନାଗଡ, ୦୨/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) -ଜୁନାଗଡ ସହର ର ଜଣେ ଯୁବତୀ କରଚଲା ଗ୍ରାମ ନିକଟ ରେ ଜଣେ ଯୁବକଙ୍କ ସହିତ ବାଇକ୍ ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ୍ ରୁ ପଡି ମୃତ୍ୟୁ ବରଣ କରିଥିବା ଜଣା ଯାଇଛି । ପ୍ରକାଶ ଯେ ସହର ର ତାଲାବନ୍ଦ ପଡା ର ୨୨ବର୍ଷ ର ଯୁବତୀ ବାବୁ ପଡା ର ମହେଶ୍ବର ଧାଙ୍ଗଡାମାଝି ନାମକ ଯୁବକ ସହିତ କୋଣସି କାମ ରେ ଜୁନାଗଡ ବ୍ଲକ ଅନ୍ତର୍ଗତ ଵରଗାଁ କୁ ଯାଇଥିଲେ । ସେହି ଗ୍ରାମ ରୁ କର ଚଲା ଗ୍ରାମକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଯୁବତୀ ବାଇକ୍ ରୁ ପଡି ଯାଇଥିଲେ । ମୁଣ୍ଡ ରେ ଗଭୀର ଆଘାତ ହେବା ରୁ ଯୁବତୀ ଙ୍କୁ ଯୁବକ ଜଣକ ଡାକ୍ତର ଖାନା କୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିନେଇ ଯୁବତୀ ଙ୍କ ପିତା ଜୁନାଗଡ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଥାନା ରେ ଏକ ମାମାଲା ରଜ୍ଜୁ କରାଯାଇଛି । ସମ୍ପୃକ୍ତ ଯୁବକ ମହେଶ୍ବର ଧାଙ୍ଗଡାମାଝି ଙ୍କୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିବା ସହ ଶୁକ୍ରବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ଉତ୍ତମ୍ ସାହୁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.