ରଘୁନାଥପୁର, ୦୨/୦୬/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ପଂଚାୟତିରାଜ ଜନ ପ୍ରତିନିଧି ଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ବିଡ଼ିଓ ଅଶୋକ କୁମାର ମହାନ୍ତି, ବ୍ଲକ୍ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀଙ୍କ ଉପସ୍ଥିତିରେ ଭିଓଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ଏଥିରୁ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ବେହେରା, ବିଦ୍ୟାଧରପୁର ସରପଂଚ ସାହେଦା ତବସୁମ ଭୁବନେଶ୍ୱର ଯାଇଥିବାବେଳେ ବ୍ଲକ୍ ରେ ବିଦ୍ୟାଧରପୁର ସମିତି ସଭ୍ୟା ସାଗରିକା ତରାଇ, ଅଢ଼େଇକୂଳ ସଭ୍ୟା ମିତାଂଜଳୀ ପଣ୍ଡା, ସାଦେଇପୁର ସରପଂଚ ପ୍ରଭାସିନୀ ପ୍ରଧାନ, ସମିତି ସଭ୍ୟା ସରସ୍ୱତୀ ହାଂସଦା, ତଅଁରା ସରପଂଚ ବଟକୃଷ୍ଣ ନାୟକ, ସମିତି ସଭ୍ୟା ଶାନ୍ତିଲତା ଦ୍ୱିବେଦୀ, ତାରପୁର ସରପଂଚ ସୁଷମା ମଲିକ୍, ସଭ୍ୟା ପୂଜାଲାତା ଦାସ, ପୁରଣ ଓଡ଼ପଡ଼ା ସରପଂଚ ଶିବରାମ ସାହୁ, ସଭ୍ୟା ପ୍ରିୟତମା ରାୁତ, ରାଢ଼ଙ୍ଗ ସରପଂଚ ଶୁସିଳ କୁମାର ବାରିକ, ସଭ୍ୟା ପ୍ରାନ୍ତରଶ୍ମୀ ପାଳ, ଛପଡ଼ା ସରପଂଚ ଅମିତା ଖୁଂଟିଆ, ସଭ୍ୟ ରଂଜନ କୁମାର ସ୍ୱାଇଁ, ରେଢ଼ୁଆ ସରପଂଚ କିଶୋର ଚନ୍ଦ୍ର ବେହେରା, ଚିକିଣିଆ ସମିତି ସଭ୍ୟ ବିଚିତ୍ର କୁମାର ସ୍ୱାଇଁ, ଗୁଆଳିପୁର ସଭ୍ୟ କମଳାକାନ୍ତ ପରିଡ଼ା, ଜଗନ୍ନାଥପୁର ସରପଂଚ ଜଗବନ୍ଧୁ ମଲିକ୍, ରଘୁନାଥପୁର ସରପଂଚ ସୁଚିତ୍ରା ପଣ୍ଡା, ଧରାଧରପୁର ସରପଂଚ ନଳିନୀ ପ୍ରଭା ମୁଦୁଲୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିବାବେଳେ ଏବିଡ଼ିଓ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର