ଭୁବନ,୦୨/୦୬/୨୦୨୨( ଓଡ଼ିଶା ସମାଚାର )- ୧୯୬୩ ମସିହାରେ ସ୍ଥାପିତ ହୋଇଥିବା ଭୁବନର ସର୍ବପୁରାତନ ତଥା ଏକମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଏବେ ୫ଟି ଅଧିନରେ ମୋସ୍କୁଲ /ସ୍ମାର୍ଟସ୍କୁଲ ଭାବେ ରୂପାନ୍ତରିତ ହୋଇଛି । ଏଥିପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ଯୋଗାଇ ଦେଇଛନ୍ତି । ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ସମୁଦାୟ ୩୯୪ ଜଣ ଛାତ୍ରୀ ୬ ଟି ଶ୍ରେଣୀଗୃହରେ ଅଧ୍ୟୟନ କରୁଛନ୍ତି । ପ୍ରଧାନଶିକ୍ଷକ ଙ୍କ ସମେତମାତ୍ର ୮ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ୧୯ ଜଣ ଶିକ୍ଷକ/କର୍ମଚାରୀଙ୍କ ଜାଗାରେ ୧୦ ଜଣ କାମ କରୁଛନ୍ତି ଓ ୯ ଟି ପଦବୀ ଫାଙ୍କା ପଡିଛି । ୨ ଜଣ ଟ୍ରେଣ୍ଡ ଗ୍ରାଜୁଏଟ ଆର୍ଟସ ଟିଚର , ଜଣେ ଟ୍ରେଣ୍ଡ ଆଇଏ , ଜଣେ ବିଜ୍ଞାନ ଶିକ୍ଷକ, ୨ ଜଣ ଟ୍ରେଣ୍ଡ ମାଟ୍ରିକ , ଜଣେ ଖେଳଶିକ୍ଷକ , ୨ ଜଣ ପିଅନ ପଦବୀ ଫାଙ୍କା ଅଛି ଓ ୨ ଟି ଶ୍ରେଣୀ ଗୃହ, ଗୋଟିଏ ଭୋକେସନାଲ ଲାବୋରେଟାରୀ, ଗୋଟିଏ କ୍ରୀଡା ଉପକରଣ ଗୃହ ଆବଶ୍ୟକ ରହିଛି । ଏନଏସି ପ୍ରଶାସନ ଆଦୌ ଗୃହ ନିର୍ମାଣ କିମ୍ବା କୌଣସି କନଷ୍ଟ୍ରକସନ କାର୍ଯ୍ୟ ନକରି କେବଳ ରଙ୍ଗ(ଚୁନ)ମାରି ୩୫ ଲକ୍ଷଟଙ୍କା ଖର୍ଚ୍ଚ ହୋଇଛିବୋଲି କହୁଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଥି ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋଜ କୁମାର ପୋଥାଳ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଓ ୫ଟି ସଚିବଙ୍କୁ ପତ୍ରମାଧ୍ୟମରେ ଅଭିଯୋଗ କରିଛନ୍ତି କିନ୍ତୁ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ । ସୂଚନାଯୋଗ୍ୟ ଯେ, ଭୁବନ ଏନଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ବାସିନ୍ଦା ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ପାତ୍ର ଓରଫ ବାଉରୀ ପାତ୍ର ନାରୀ ଶିକ୍ଷାର ପ୍ରସାର ପାଇଁ ୧୯୬୩ ମସିହାରେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ପରବର୍ତୀ ସମୟରେ ଏହାକୁ ସରକାର ହାତକୁ ନେଇଥିଲେ । ଏହି ବିଦ୍ୟାଳୟ ଇତିମଧ୍ୟରେ ୫୯ବର୍ଷରେ ପାଦ ଦେଇଥିବାବେଳେ ସ୍ୱର୍ଣ୍ଣଜୟନ୍ତୀ ପାଳନରେ ପ୍ରତିଷ୍ଠାତାଙ୍କ ପ୍ରତି ସାମାନ୍ୟ ଶ୍ରଦ୍ଧାଞ୍ଜଳୀ ଦେଇନଥିବାବେଳେ ସ୍ମାର୍ଟସ୍କୁଲ ବେଳେ ମଧ୍ୟ ପ୍ରତିଷ୍ଠାତାଙ୍କୁ ବିଦ୍ୟାଳୟ କମିଟି ଓ ପ୍ରଶାସନ ଭୁଲିଯାଇଛି । ପ୍ରତିଷ୍ଠାତାଙ୍କ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଦାବି ଆପତିସତ୍ୱେ ତାଙ୍କର ଏକ ପ୍ରତିମୂର୍ତୀ ସ୍କୁଲ ପରିସରରେ ସ୍ଥାପନ କରାଯାଇ ନଥିବାରୁ ଏହା ତାଙ୍କ ପ୍ରତି ଘୋର ଅନ୍ୟାୟ , ଅପମାନ ଓ ଅସମ୍ମାନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାହେଉଛି । ବିଦ୍ୟାଳୟରେ ଶିକ୍ଷକ/କର୍ମଚାରୀ ନିଯୁକ୍ତି ଦିଆଯିବା ସହିତ ଆବଶ୍ୟକୀୟ ଶ୍ରେଣୀଗୃହ ନିର୍ମାଣ ଓ ପ୍ରତିଷ୍ଠାତା ଙ୍କର ଏକ ପ୍ରତିମୂର୍ତୀ ସ୍ଥାପନ କରିବାକୁ ଅଭିଭାବକ ଏବଂବୁଦ୍ଧିଜୀବୀ ମହଲ ଦାବିକରୁଛନ୍ତି । ଓଡ଼ିଶା ସମାଚାର