Friday , March 31 2023
Home / ରାଜନୀତି / ତିର୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ଗରିବ କଲ୍ୟାଣ ସମ୍ମିଳନୀ      

ତିର୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ଗରିବ କଲ୍ୟାଣ ସମ୍ମିଳନୀ      

ରଘୁନାଥପୁର, ୦୨/୦୬/୨୦୨୨( ଓଡ଼ିଶା ସମାଚାର )- ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ଗରିବ କଲ୍ୟାଣ ସମ୍ମିଳନୀ ଆଜି ରଘୁନାଥପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ତାରପୁର ନାରାୟଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଜେପିନେତା ଆଇନଜୀବି ରାଜକିଶୋର ବେହେରାଙ୍କ ଦ୍ୱାରା ଆୟୋଜିତ ଏହି  ସମ୍ମିଳନୀରେ ବିଜୟ କୁମାର ଦାସ ସଭାପତିତ୍ୱ କରିଥିଲେ । ଏଥିରେ ପୂର୍ବତନ ସାଂସଦ ବିଜେପିନେତା ବିଭୁପ୍ରସାଦ ତରାଇ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ମାନଙ୍କର ଆୟ ୨ଗୁଣ କରିବାପାଇଁ ଲକ୍ଷ୍ୟ ରଖି କୃଷକ କଲ୍ୟାଣ ଯୋଜନା ଏବଂ ବହୁ ଜନହିତକର ଗରିବ କଲ୍ୟାଣ ଯୋଜନା ଦେଶରେ କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା ଗୁଡିକୁ ବିଜେପିର କର୍ମୀ ଓ ନେତାମାନେ ତଳସ୍ତରରେ ଲୋକଙ୍କ ନିକଟରେ ପହଂଚାାଇବାକୁ ଶ୍ରୀ ତରାଇ ନିବେଦନ କରିଥିଲେ ।  ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତାମାନେ ଦଳର ସଙ୍ଗଠନକୁ ତଳସ୍ତରରେ ମଜବୁତ୍ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏଥିରେ ବିଜେପି ଜିଲ୍ଲା ସମ୍ପାଦକ ସୁବାସ ଚନ୍ଦ୍ର ଜେନା, ରଘୁନାଥପୁର ମଣ୍ଡଳ ସଭାପତି ସୁକାନ୍ତ ସ୍ୱାଇଁ, ରଘୁନାଥପୁର ମଣ୍ଡଳ ୨ସଭାପତି ସୁଶାନ୍ତ ମହାନ୍ତି,  ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ମହାରଣା, ବିଜେପିନେତା ସୁବୋଧ ବାରିକ, ବିଜେପି ନେତା ରାମଦେବ ମଲ୍ଲିକ, ବାବୁଲି ନାୟକ, ତିର୍ତୋଲ ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ବିରିଡି ମଣ୍ଡଳ ବିଜେପି ସଭାପତି ସୁଦର୍ଶନ ପଣ୍ଡା, ସୁଶିଲ ସାହୁ, ଅଶୋକ କୁମାର ନାୟକ, ଜ୍ଞାନରଞ୍ଜନ ସ୍ୱାଇଁ, ରାମକୃଷ୍ଣ ପରିଡା, ପ୍ରଭଞ୍ଜନ ମଲ୍ଲିକ, ବାସୁଦେବ ଦାସ, ଜ୍ୟୋତିରଞ୍ଜନ ସାହୁ, ମନୋରଞ୍ଜନ ଦାସ, ରମେଶ ପୃଷ୍ଟି, ଜଗନ୍ନାଥ ବାରିକ, ସୁଶାନ୍ତ ସୁତାର, ଭାଗବତ ସାହୁ, ବିମ୍ବାଧର ପୃଷ୍ଟି ପ୍ରମୁଖ ବହୁ ବିଜେପି କର୍ମକର୍ତା ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୮ବର୍ଷର ସେବା, ସୁଶାସନ ଓ ଶତାଧିକ ଗରିବ କଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିବା ସହିତ କେନ୍ଦ୍ର ସରକାରଙ୍କର ଯୋଜନାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନିଜ ନାମରେ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.