Friday , March 31 2023
Home / ବିଶେଷ / ତିନିଟି ଷ୍ଟାର୍ଟଅପ୍ ର ଶୁଭାରମ୍ଭ କଲେ ମନ୍ତ୍ରୀ

ତିନିଟି ଷ୍ଟାର୍ଟଅପ୍ ର ଶୁଭାରମ୍ଭ କଲେ ମନ୍ତ୍ରୀ

‘ଉଦ୍ଭାବକମାନେ କୃଷିକ୍ଷେତ୍ରକୁ ପ୍ରାଥମିକତା ଦିଅନ୍ତୁ

ଭୁବନେଶ୍ୱର, ୦୨/୦୬/୨୦୨୨( ଓଡ଼ିଶା ସମାଚାର )-ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ ଏସ୍ )ରେ ପ୍ରତିଷ୍ଠା ହୋଇଥିବା ଷ୍ଟାର୍ଟଅପ୍ ଇନକୁବେସନ୍ ରେ ପ୍ରସ୍ତୁତ ତିନିଟି ଉତ୍ପାଦର ଶୁଭାରମ୍ଭ କରାଯାଇଛି। ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଉତ୍ପାଦର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ଯେ ବିଭିନ୍ନ କାରଣ ହେତୁ କୃଷକମାନଙ୍କ ରୋଜଗାର ହ୍ରାସକୁ ଦୃଷ୍ଟିରେ ରଖି ପ୍ରକ୍ରିୟାକୃତ କୃଷି ଉତ୍ପାଦଗୁଡ଼ିକର ଭୂମିକା ବୃଦ୍ଧିପାଇଛି। ସେସବୁ ପ୍ରାଥମିକ କୃଷି କାର୍ଯ୍ୟକୁ ମୂଲ୍ୟଯୁକ୍ତ କରିବା ସହିତ ଉଭୟ ସହର ଏବଂ ଗ୍ରାମାଞ୍ଚଳଗୁଡ଼ିକରେ କୃଷି ଉଦ୍ୟୋଗ ବଢ଼଼ାଇବାରେ ସହାୟକ ହୋଇଛନ୍ତି। ଷ୍ଟାର୍ଟଅପ୍ ଗୁଡିକର ଉପଯୋଗିତାକୁ ସବୁମତେ ଉତ୍ସାହିତ କରାଯିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଆରଏନ୍ ଏ ବାୟୋଟେକ୍ , ଥିଙ୍କଜେନିକ୍ସ ଏବଂ ଓଡ଼ିଶା ବେଭେରେଜ୍ ନାମକ ତିନିଟି ଷ୍ଟାର୍ଟଅପ୍ ର ବିଭିନ୍ନ ଉତ୍ପାଦର ଶୁଭାରମ୍ଭ କରିଥିଲେ। ବିଜ୍ଞାନ ଓ କାରିଗରୀ ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଜୀବ ବିଜ୍ଞାନ ପ୍ରତିଷ୍ଠାନର ଇନକୁବେଟର କେନ୍ଦ୍ର ସରକାରଙ୍କ ଶିଳ୍ପ ତଥା ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ୫ କୋଟି ଟଙ୍କାର ଷ୍ଟାର୍ଟଅପ୍ ପାଣ୍ଠି ହାସଲ କରିପାରିଛି। ଏହା ଦ୍ୱାରା ରାଜ୍ୟର ଷ୍ଟାର୍ଟ ଅପ୍ ଗୁଡ଼ିକ ବେଶ୍ ଲାଭବାନ୍ ହୋଇପାରିବେ। ଖୋଲା ଅଧିବେଶନରେ ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ଼ ପଦ୍ମି୍ମିନୀ ସ୍ୱାଇଁ, ସାମୁଦ୍ରିକ ଉତ୍ପାଦ ରପ୍ତାନୀ ସଂଘ, ଓଡ଼ିଶା ଶାଖା ସଭାପତି ଡ଼ କମଳେଶ ମିଶ୍ର, ବରିଷ୍ଠ ବୈଜ୍ଞାନିକ ଡ଼ ସନତ ମିଶ୍ର, ଆଗ୍ରୋ ଲିଙ୍କ୍ ଖାଦ୍ୟ ପ୍ରକ୍ରିୟାକରଣ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଅସୀତ ମହାପାତ୍ର ଓ ଉଦ୍ୟୋଗୀ ଶ୍ରୀରାମ ପଣ୍ଡା ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.