ରଘୁନାଥପୁର, ୦୨/୦୬/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ ଚିକିଣିଆ ପଂଚାୟତ ଗହୀର ଜମିରୁ ଉଦବୃତ ଜଳ ନିସ୍କାସନ ସମସ୍ୟା ନେଇ ପଂଚାୟତର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଏହି ପଂଚାୟତର କଳାଧାରୀ ଗ୍ରାମର ଚାଷ ଜମିରୁ ବର୍ଷା ଦିନେ ତାରପୁର, କଳାଧାରୀ, ଅଛୁତପୁର, ଗୋକଳପୁର ଗ୍ରାମର ଗହୀର ଜମିର ଜଳ ହଂସୁଆ ସଫେଇକୁ ସଂଯୋଗ କରୁଥିବା ଏକ ସାଇଫନ୍ ଦେଇ ନିସ୍କାସିତ ହୋଇଥାଏ । କାଳକ୍ରମେ ଏହି ସାଇଫନ୍ ପୋତି ହୋଇଯିବା ଦ୍ୱାରା ୩ ଖଣ୍ଡ ଗ୍ରାମର ଶହ ଶହ କେହ୍ଟର ଚାଷ ଜମିରୁ ଉଦବୃତ ବର୍ଷା ଜଳ ନିସ୍କାସିତ ହୋଇ ପାରୁନାହିଁ । ଏ ବିଷୟରେ ଗ୍ରାମବାସୀଙ୍କ ତରଫରୁ ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ,ହାର ପ୍ରତିକାର ନିମିତ ୧୦ ନମ୍ବର ୱାର୍ଡ଼ରେ ଥିବା ୨୮ ନମ୍ବର କାଡ଼ା ନାଳକୁ ଖୋଳି ସାଇଫନ୍ ଦେଇ ହଂସୁଆ ସଫେଇକୁ ନିସ୍କାସିତ କରାଯିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ସ୍ଥାନୀୟ ସମାଜସେବୀ ତପନ ମହାନ୍ତିଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଉକ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଜମିରେ ୧୫ ଦିନରୁ ଅଧିକ ସମୟ ଧରି ଉଦବୃତ ଜଳ ଜମି ରହୁଥିବାରୁ ଏହାର ନିସ୍କାସନର ବ୍ୟବସ୍ଥା କରିବାକୁ ପୁନର୍ବାର ବିଭାଗିୟ ଅଧିକାରୀ ଓ ଜଗତସିଂହପୁର ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯିବ ବୋଲି ଭୂପତି ନାୟକ, ବାବାଜୀ ସ୍ୱାଇଁ, ବନମାଳୀ ନାୟକ,ରବିନ୍ଦ୍ର ସ୍ୱାଇଁ ପ୍ରମୁଖ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର