ରଘୁନାଥପୁର, ୦୨/୦୬/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଙ୍କ ବଦଳି ଓ ଅଧିକ ଶିକ୍ଷକ ନିଯୁକ୍ତି ଦାବି କରି ଆଜି ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ସୂଚନା ଯୋଗ୍ୟ କି ଏରଡଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୫ଗୋଟି ଶ୍ରେଣୀରେ ୪୦ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ନିଯୁକ୍ତ ଅଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ନିନିୟମିତ ବିଦ୍ୟାଳୟକୁ ଆସୁଥିବା ବେଳେ ଅନ୍ୟ ଶିକ୍ଷୟିତ୍ରୀ ଜଣକ ବିଦ୍ୟାଳୟରେ ଅଧିକାଂଶ ସମୟ ଅନୁପସ୍ଥିତ ରହୁଛନ୍ତି । ଏକମାତ୍ର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ୫ଗୋଟି ଶ୍ରେଣୀରେ ପାଠ ପଢାଇବା ସମ୍ଭବପର ହୋଇପାରୁନାହିଁ । ଏହି ବିଦ୍ୟାଳୟରେ ଅଧିକ ନିଯୁକ୍ତି ପାଇଁ ଅଭିଭାବକ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିବା ସହିତ ଅନୁପସ୍ଥିତ ରହୁଥିବା ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଏଠାରୁ ବଦଳି କରିବାକୁ ଦାବି କରିଆସୁଥିଲେ । ହେଲେ କର୍ତୃପକ୍ଷ ଏହି ଦାବି ପୁରଣ ନକରିବାରୁ ଆଜି ଅଭିଭାବକ ମାନେ ପିଲାମାନଙ୍କ ସହ ବିଦ୍ୟାଳୟ ଫାଟକରେ ତାଲା ପକାଇ ତୁରନ୍ତ ସମ୍ପୃକ୍ତ ଶିକ୍ଷୟିତ୍ରୀକୁ ଏଠାରୁ ବଦଳି କରି ଆଉଜଣେ ଦକ୍ଷ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରି ବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଓଡ଼ିଶା ସମାଚାର