କଟକ ସଦର, ୦୨/୦୬/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଦଫାରେ ୧୨ ଲକ୍ଷ ଟଙ୍କା ଵ୍ୟୟ ଅଟକଳରେ କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନିର୍ମିତ ‘ ଅଟଳ ଉଦ୍ଭାବନ ବିଜ୍ଞାନାଗାର’ କୁ ଆଜି ଗୁରୁବାର କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେସ୍ୱର ଟୁଡୁ ଉଦ୍ଘାଟନ କରିଛନ୍ତି।ଏହି ଉପଲକ୍ଷେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଫୁଲ୍ଲ ଚନ୍ଦ୍ର କରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କେନ୍ଦ୍ର ମନ୍ତ୍ରୀ ଙ୍କ ସମେତ ଓଡିଶା ଶିକ୍ଷା ବିକାଶ ସମିତି ସଭାପତି ଡ଼ଃ କିଶୋର ଚନ୍ଦ୍ର ମହାନ୍ତି,କଟକ ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ଵେଉରା,ଓଡିଶା ଶିକ୍ଷା ବିକାଶ ସମିତିର ମାର୍ଗଦର୍ଶକ ତଥା ସଂଗଠନ ମନ୍ତ୍ରୀ ରମାକାନ୍ତ ମହନ୍ତ ପ୍ରମୁଖ ଯୋଗ ଦେଇ ଶିକ୍ଷା, ସଂସ୍କୃତି,ସଂସ୍କାର ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ନେଇ ରାଜ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ସରସ୍ଵତୀ ଶିଶୁ ମନ୍ଦିର ଓ ବିଦ୍ୟାମନ୍ଦିରର ଗୁଣାଵତା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ
ପ୍ରଧାନ ଆଚାର୍ଯ୍ୟ ସୋମନାଥ ବିଶ୍ୱ।ଳ ସ୍ୱାଗତ ଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ସମ୍ପାଦକ ନବଘନ ରାଉତ ସଂପାଦକୀୟ ବିବରଣୀ ପାଠ କରିଥିଲେ। ପରିଚାଳନାରେ ଉପସଭାପତି ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ,ଯୁଗ୍ମ ସଂପାଦକ ସାମ୍ବାଦିକ ପ୍ରଭାତ କୁମାର ମଲ୍ଲିକ, କୋଷାଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ଦିଲିପ୍ କୁମାର ଜେନା,ପ୍ରଭାତ କୁମାର ପ୍ରଧାନ, ତ୍ରିଲୋଚନ ହାତୀ, ଲୋଚନ କୁମାର ପରିଡ଼ା,ସୁଚିତା ପ୍ରହରାଜ,ପ୍ରଣୟ କୁମାର ଜେନା ପ୍ରମୁଖ ସମସ୍ତ ଗୁରୁଜୀ ଗୁରୁମା ସହାୟତା ପ୍ରଦାନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଙ୍କ ପାଇଁ ସଭା ସ୍ଥଳରେ ଵହୁ ବରିଷ୍ଠ ଵିଜେପି ନେତୃ ମଣ୍ଡଳୀ ଙ୍କୁ ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର