Friday , September 29 2023
Breaking News
Home / ବିଶେଷ / ଓଡ଼ିଶା ଫେରିଲେିଲେ ଶୌର୍ୟ୍ୟଚକ୍ରରେ ସମ୍ମାନିତ ୨ ସହିଦଙ୍କ ପରିବାର  – ସମ୍ବର୍ଦ୍ଧିତ କଲେ ପୁଲିସ ମହାନିର୍ଦ୍ଦେଶକ

ଓଡ଼ିଶା ଫେରିଲେିଲେ ଶୌର୍ୟ୍ୟଚକ୍ରରେ ସମ୍ମାନିତ ୨ ସହିଦଙ୍କ ପରିବାର  – ସମ୍ବର୍ଦ୍ଧିତ କଲେ ପୁଲିସ ମହାନିର୍ଦ୍ଦେଶକ

ଭୁବନେଶ୍ୱର , ୦୨/୦୬/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶାରୁ ୨ ବୀର ଙ୍କୁ ମିଳିଛି ବୀରତାର ସମ୍ମାନ। ଓଡ଼ିଶା ପୁଲିସର କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁଙ୍କୁ ମରଣୋତ୍ତର ଭାବେ ଶୌର୍ୟ୍ୟଚକ୍ରରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶୌର୍ୟ୍ୟର୍ୟ୍ୟଚକ୍ରରେ ସମ୍ମାନିତ ହୋଇଥିବା ୨ ସହିଦ ପରିବାର ବୁଧବାର ଓଡ଼ିଶା ଫେରି ଆସିଛନ୍ତି। ଦୁଇ ସହିଦ ପରିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେମାନେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କୁ ଭେଟିଥିଲେ। ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ସହିଦ ଦୁଇ ପରିବାରଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭେଟିବା ସହ ପୁଷ୍ପଗୁଚ୍ଛ୍ୟ ଦେଇ ସମ୍ମାନିତ କରିଥିଲେ। ସହିଦ ଦୁଇ ଯବାନ ଓଡ଼ିଶା ଲାଗି ଗର୍ବ ଓ ଗୌରବ ଆଣିଛନ୍ତି। ସେମାନେ ସବୁଦିନ ଲାଗି ଅମର ହୋଇରହିବେ ବୋଲି ଡିଜି ତାଙ୍କ ବାର୍ତ୍ତାରେ କହିଛନ୍ତି। ଏହି ସମ୍ମାନିତ କାର୍ୟ୍ୟକ୍ରମରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ଚନ୍ଦକା ଏସ୍ ଓଜି ଟ୍ରେନିଂ ସେଣ୍ଟରରେ ୨ ସହିଦଙ୍କ ନାମରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଓ ଅଡିଟୋରିୟମ୍ ଖୋଲାଯାଇଛି। ଗୋଟିଏ ସହିଦ ଦେବାଶିଷ ସେଠୀ ମୋରିଆଲ ଅଡିଟୋରିୟମ୍ ଓ ଅନ୍ୟଟି ସହିଦ ସୁଧୀର କୁମାର ଟୁଡୁ ମେମୋରିଆଲ ଇନ୍ ଡୋର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ନାମରେ ନାମିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ୨୦୨୦ ମସିହା ସେପ୍ଟେମ୍ବର ୮ ତାରିଖରେ କଳାହାଣ୍ଡି ଜିଲ୍ଲା ଏମ୍ .ରାମପୁର ଥାନା ସକ୍ରି ଗାଁ ନିକଟରେ ଦୁଇଜଣ ଗ୍ରାମବାସୀଙ୍କୁ ମାଓବାଦୀ ଅପହରଣ କରିଥିବା ସୂଚନା ମିଳିଥିଲା। ଏହା ଜାଣିବା ପରେ ଜିଲ୍ଲା ପୁଲିସର ୧୭ଜଣିଆ ଏସ୍ ଓଜି ଟିମ୍ କୁ ଧରି ମଦନପୁର-ରାମପୁରରେ ତଲାସୀ ଅଭିଯାନ ଚଳାଇଥିଲେ। ଏଥିରେ ସୁଧୀର ଓ ଦେବାଶିଷ ସହିଦ ହୋଇଥôଲେ।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *