ପ୍ରତ୍ୟେକ କାର୍ଯ୍ୟକୁ ଗୁରୁତ୍ୱର ସହ ନିର୍ବାହ କଲେ ତାହା ନିଶ୍ଚିତ ସଫଳ ହେବ
ନିରାକାରପୁର, ୦୨/୦୬/୨୦୨୨( ଓଡ଼ିଶା ସମାଚାର )-ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ାସ୍ଥିତ ଏଆଇପିଏଲ କମ୍ପାନୀ ଦ୍ୱାରା ସ୍ୱାଧୀନତାର ୭୫ବର୍ଷ ପୂର୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଦୃଢ ଇଛାଶକ୍ତି ଓ କର୍ତବ୍ୟ ନିଷ୍ଠ ଯୋଗୁ ଆମ ପୂର୍ବ ପୁରୁଷ ଭାରତକୁ ୭୫ ବର୍ଷ ତଳେ ସ୍ୱାଧୀନତା ଆଣିଥିଲେ । ସେହିପରି ଆମେ ମାନେ ଯଦି ପ୍ରତ୍ୟେକ କାର୍ଯ୍ୟକୁ ଗୁରୁତ୍ୱର ସହ ନିର୍ବାହ କରିବା ସବୁ କାର୍ଯ୍ୟରେ ସଫଳତା ପାଇ ପାରିବା ବୋଲି ଅନୁଷ୍ଠିତ ଆଜାଦୀ କା ଅମୃତ ମହୋତ୍ସବରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଆଇପିଏଲ ଜେନେରାଲ ମ୍ୟାନେଜର ଶ୍ରୀ ରାମଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ଏନଏଚଏଆଇ ଓଡ଼ିଶା ରିଜିଓନାଲ ଅଫିସର ଆର.ପି ପଣ୍ଡା ଯୋଗଦେଇ ଏନଏଚଆଇ ଏକ ପ୍ରକଳ୍ପ ପ୍ରୋଜେକ୍ଟ ନୁହେଁ ଏକ ବ୍ରାଣ୍ଡ ବୋଲି ବିବେଚନା କରିବା ସହ ଏହାର କାର୍ଯ୍ୟକୁ ଏଆଇପିଏଲ ସୁଚାରୂରୁପେ କରିବାରେ ସଫଳ ହୋଇଛି ବୋଲି କହିବା ସହ ସବୁଦିନ ଆଜଦୀ କା ଅମୃତ ମହୋସôବ ପାଳନ କରିବା କଥା ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତାଭାବେ ଏଆଇପିଏଲ ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଶଶାଙ୍କ ଅଗ୍ରୱାଲା ଯୋଗଦେଇ ଏହି ଅବସରରେ ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଦେବା ସହ କାର୍ଯ୍ୟରେ ମନ ଲଗାଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନଏଚଏଆଇ ଡ଼ାଇରେକ୍ଟର ଶ୍ରୀ ହରେକ୍ରିଷ୍ଣା, ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ରୂପେଶ ଗର୍ଗ, ସେଗମେଂଟାଲ କନସୁଲଟିଙ୍ଗ ଟିମ ଲିଡ଼ର ଶ୍ରୀ କେ. ଶ୍ରୀନିବାସ ରାଓ, ପୁଞ୍ଜଲୋଏଡ଼ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ତପନ କୁମାର ଦାସ, ସେଗମେଂଟାଲ କନସୁଲଟିଙ୍ଗ ଇନଚାର୍ଜ ଶ୍ରୀ ନିଗମାନନ୍ଦ ଅଧିକାରୀ , ରେସିଡ଼େ ଇଞ୍ଜିନିୟର ଆରଇ ଓଁମ ପ୍ରକାଶ ମହାପାତ୍ର ଓ ରୋଡ଼ ସେଫ୍ଟି ମ୍ୟାନେଜର ଏଲ. ସନ୍ଦୀପ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମେଡ଼ିକାଲ ହେଲଥ ଚେକପ କ୍ୟାମ୍ପ, ଆଇ ଚେକପ କ୍ୟାମ୍ପ,ରୋଡ଼ ସେପ୍ଟି କର୍ମଶାଳା , ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଉତମ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସମସ୍ତ କାର୍ଯ୍ୟକୁ ସେଫ୍ଟି ମ୍ୟାନେଜର ଏଲ. ସନ୍ଦୀପ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର