Friday , March 31 2023
Home / ବିଶେଷ / ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ

ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, ୦୧/୦୬/୨୦୨୨( ଓଡ଼ିଶା ସମାଚାର )-ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଡେପୁଟି କଲେକ୍ଟର ଅନନ୍ୟା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି । ଦାବି ଗୁଡିକ ମଧ୍ୟରେ ଅନ୍ୟ ରାଜ୍ୟ ଭଳି ପୁରୁଣା ପେନସନ ଲାଗୁ କରାଯିବା, ଠିକା କର୍ମଚାରୀଙ୍କ ନିଯୁକ୍ତି ପାଇଁ ଥିବା ସମସ୍ତ ପ୍ରଶାସନିକ କଟକଣାକୁ ଉଠାଇ ନେଇ ସେମାନଙ୍କୁ ସ୍ଥାୟୀ କରାଯିବା, ପଦବୀ ଉଚ୍ଛେଦ ବନ୍ଦ କରାଯାଇ ଖାଲି ପଡିଥିବା ସ୍ଥାନରେ ସବୁ ବର୍ଗର ଆଶାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା, ୨୦୧୬ ରୁ କେନ୍ଦ୍ର ସରକାରଙ୍କ  ସଂଶୋଧିତ ଘରଭଡା ପ୍ରଦାନ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି । ଦାବିପତ୍ର ପ୍ରଦାନ ସମୟରେ ସମନ୍ୱୟ ସମିତିର ଜିଲ୍ଲା ସଂପାଦକ ସୁଶାନ୍ତ କୁମାର ନାୟକ, ଭାଗୀରଥି ମହାନ୍ତି, ବୈକୁଣ୍ଠ ଦାସ, ରମାକାନ୍ତ ମୁଦୁଲି, କୈଳାସ ଦାସ, ସେକ ଅବଦୁଲ ରସିଦ୍, ମହେଶ୍ୱର ସାହୁ, ସଞ୍ଜୟ ମାଟି, ରମେଶ ଚନ୍ଦ୍ର ଗୋଛାୟତ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.