Thursday , December 1 2022
Breaking News
Home / ଶିକ୍ଷା / ଯୋଗାସନର ଉପାଦେୟତା ଉପରେ ୱେବିନାର

ଯୋଗାସନର ଉପାଦେୟତା ଉପରେ ୱେବିନାର

କେନ୍ଦ୍ରାପଡା, ୦୧/୦୬/୨୦୨୨( ଓଡ଼ିଶା ସମାଚାର )-ଯୋଗ ଶିକ୍ଷାର ଆବଶ୍ୟକତା ଓ ଶରୀର ଉପରେ ଏହାର ପ୍ରଭାବ ଉପରେ ଏକ ୱେବିନାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଏହାକୁ ଉଦ୍୍ଘାଟନ କରି ସ୍ୱାସ୍ଥ୍ୟରକ୍ଷା ଉପରେ ଏହାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମେଜର ମନୋରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟର ଯୋଗ ବିଜ୍ଞାନ ବିଭାଗର ପ୍ରଫେସର ଡ଼ଃ. ପ୍ରତିଭାଶ୍ରୀ ବିଭିନ୍ନ ପ୍ରକାର ଯୋଗ ଓ ପ୍ରାଣାୟାମର ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ । ଶେଷରେ ଲେଫ୍ଟନାଣ୍ଟ ସୀମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.