Friday , March 31 2023
Home / ବିଶେଷ / ଭାରତ ସରକାରଙ୍କ ଗରିବ କଲ୍ୟାଣ ସମ୍ମିଳନୀ

ଭାରତ ସରକାରଙ୍କ ଗରିବ କଲ୍ୟାଣ ସମ୍ମିଳନୀ

କେନ୍ଦ୍ରାପଡା, ୦୧/୦୬/୨୦୨୨( ଓଡ଼ିଶା ସମାଚାର )-ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତି ଉପଲକ୍ଷେ ହିମାଚଳପ୍ରଦେଶର ରିଚ ମଇଦାନରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗଦେଇ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ । ଏହି ଆଭାସୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ୧୦ କୋଟି କୃଷକଙ୍କୁ ୨୧ହଜାର କୋଟି ଅର୍ଥରାଶୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ନବନିର୍ମାଣ ଯୋଜନାକୁ ତ୍ୱରାନ୍ୱିତ କିରବା ସହ ରାଷ୍ଟ୍ରର ବିକାଶ, ସୁରକ୍ଷା ଓ ସମ୍ମାନ ଉଦ୍ଧେଶ୍ୟରେ ଦେଶରେ କାର୍ଯ୍ୟକାରୀ ହେଉଥିବା ଦାରିଦ୍ର୍ୟ ଦୁରୀକରଣ ଯୋଜନା ଯଥା ପ୍ରଧାନମନ୍ତ୍ରୀ ସୁନିଧି ଯୋଜନା, ଅଟଳ ପେନସନ ଯୋଜନା, ଉଜ୍ୱଳା ଯୋଜନା, ଜଳ ଜୀବନ ମିଶନ, ସ୍ୱଚ୍ଛଭାରତ ଯୋଜନା, ମାତୃ ବନ୍ଦନା ଯୋଜନା ଓ ପୋଷଣ ଯୋଜନା, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଦି ବିଷୟରେ  କେନ୍ଦ୍ର ସରକାର ଗତ ୮ବର୍ଷ ମଧ୍ୟରେ ଗ୍ରହଣ କରିଥିବା ପଦକ୍ଷପ ଉପରେ ପ୍ରଧାନମନ୍ତ୍ରୀ ତଥ୍ୟ ପ୍ରଦାନ କରିଥିଲେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପ୍ରତ୍ୟେକ ହିତାଧରକାରୀଙ୍କୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ଅର୍ଥରାଶୀ ଯିବାରୁ ଭ୍ରଷ୍ଟାଚାରକୁ ପ୍ରତିରୋଧ କରାଯିବା ସହ ହିତାଧିକାରୀ ଏହାର ସୁବିଧା ପାଇ ପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ୪୫କୋଟି ଗରିବ ଜନସାଧାରଣ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ ମନ୍ଦରଧର ମାହାଳିକ, କେନ୍ଦ୍ରାପଡା ପୌର ପରିଷଦ ଅଧ୍ୟକ୍ଷା ସରିତା ସାହୁ, ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଡିଓ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂ ଏବଂ ବିଭିନ୍ନ ବ୍ଲକରୁ ଉଜ୍ୱଳା ଯୋଜନା ଓ ପ୍ରଧାନମନ୍ତ୍ରୀ  ଆବାସ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.