ବୌଦ୍ଧ, ୦୧/୦୬/୨୦୨୨( ଓଡ଼ିଶା ସମାଚାର )- ସାବିତ୍ରୀ ଅମାବାସ୍ୟା ଦିନ ସାମାନ୍ୟ ରାଗ ଉପରେ ନିୟନ୍ତ୍ରଣ ରଖି ନ ପାରିରି ସ୍ତ୍ରୀର ଜୀବନ ନେଇଛି ସ୍ବାମୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧୀନ ମହାଳିକପଡ଼ା ପଞ୍ଚାୟତ ଗେରେଡିସାହି ଗ୍ରାମରେ ମଙ୍ଗଳବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ରୋହିତ ମଲ୍ଲିକ (୨୫) ନିଶାସକ୍ତ ଅବସ୍ଥାରେ ତା ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦)ଙ୍କୁ ଦେଶୀ ବନ୍ଧୁକରୁ ଗୁଳି କରି ହତ୍ୟା କରିଛି। ଗୀତାଞ୍ଜଳିଙ୍କୁ ଗ୍ରାମବାସୀ ୧୦୮ ଆମ୍ୱୁଲାନ୍ସ ଯୋଗେ ହରଭଙ୍ଗା ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ। ରୋହିତକୁ ପୁଲିସ ଗିରଫ କରିଛି। ବୁଧବାର ଶବ ବ୍ୟବଛେଦ ହେବ ବୋଲି ପୁଲିସ ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିସାନ ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର