Friday , March 31 2023
Home / ବିଶେଷ / ଧୃବ ଲେଙ୍କା ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ସ୍କୃତି ଚାରଣ

ଧୃବ ଲେଙ୍କା ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ସ୍କୃତି ଚାରଣ

ଗରଦପୁର,୦୧/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ର ତେଣ୍ଡାକୁଡ଼ା ଠାରେ ଥିବା ଫଜଲହକ୍ ସରକାରୀ ହାଇସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଧୃବ ଚରଣ ଲେଙ୍କାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଗତକାଲି ତାଙ୍କ ମିର୍ଜାପୁରସ୍ଥିତ ବାସ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଏକ ଶ୍ରଦ୍ଧାଂଜଳୀ ସଭା ଆୟୋଜିତ ହୋଇଥିଲା । ଏଥିରେ ତେଣ୍ଡାକୁଡ଼ାର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସ୍ୱର୍ଗତ ଶ୍ରୀ ଲେଙ୍କା ତେଣ୍ଡାକୁଡ଼ାସ୍ଥିତ ସର୍ବ ପୁରାତନ ଫଜଲହକ୍ ହାଇସ୍କୁଲରେ ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ଶିକ୍ଷକତା କରିବା ସହିତ କିଛି ବର୍ଷ ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ । ଗତ ୨୦୧୦ ମସିହାରେ ସେ ଏହି ବିଦ୍ୟାଳୟରେ କାର୍ଯ୍ୟ କରୁଥିବାବେଳେ ଅବସର ଗ୍ରହଣ କରିଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ବର୍ତମାନ ଅନୁଗୁଳ ଜିଲା ଶିକ୍ଷା ଅଧିକାରୀ ନୀରଂଜନ ସାହୁ (ଓଇଏସ),ପୂର୍ବତନ ଶିକ୍ଷକ ଗନ୍ଧର୍ବ ଚରଣ ମହାପାତ୍ର, ପୂର୍ବତନ ଶିକ୍ଷକ ତଥା ଗରଜଙ୍ଗା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁ,ପୂର୍ବତନ ଶିକ୍ଷକ କ୍ଷୀରୋଦ କୁମାର ଲେଙ୍କା , ପୂର୍ବତନ ଶିକ୍ଷକ ଭରତ ଚନ୍ଦ୍ର ସାହୁ,ପୂର୍ବତନ କ୍ରୀଡ଼ା ଶିକ୍ଷକ ତ୍ରିଲୋଚନ ସ୍ୱାଇଁ,ଶିକ୍ଷକ ଜଗନ୍ନାଥ ଦାଶ,ଶିକ୍ଷୟିତ୍ରୀ ସୁଚରିତା ଲେଙ୍କା ,ତେଣ୍ଡାକୁଡ଼ା ପଂଚାୟତ ର ସମିତି ସଭ୍ୟ ବାସୁଦେବ ବେହେରା, ରତ୍ନାକର ମହାନ୍ତି, ମାନସ ମହାନ୍ତି,ମନୋରଂଜନ ମହାନ୍ତି , ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ ପ୍ରମୁଖ ଏହି ସ୍କୃତି ଚାରଣ ସଭାରେ ଯୋଗଦେଇ ସ୍ୱର୍ଗତ ଲେଙ୍କାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.