Friday , March 31 2023
Home / ବିଶେଷ / ଚକ୍ରଧର ଶତପଥିଙ୍କ ଷୋଡଶ ଶ୍ରାଦ୍ଧ ଦିବସ ଉପଲକ୍ଷେ ସ୍ମୃତି ସଭା

ଚକ୍ରଧର ଶତପଥିଙ୍କ ଷୋଡଶ ଶ୍ରାଦ୍ଧ ଦିବସ ଉପଲକ୍ଷେ ସ୍ମୃତି ସଭା

ଗରଦପୁର,୦୧/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦାଠାରେ ପାଟକୁରାର ପ୍ରାକ୍ତନ ବିଧାୟକ ସ୍ୱର୍ଗତ ଚକ୍ରଧର ଶତପଥିଙ୍କ ଷୋଡଶ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳେ କଳାବୁଦା ବାରୁଣୀ ଘାଟରେ ଥିôବା ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ତତ୍ପରେ ତାଙ୍କ ଜନ୍ମସ୍ଥାନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃତି ସଭାରେ ଶିକ୍ଷାବିତ୍ ହିରଣ୍ୟ ମହାନ୍ତି ସଭାପତିତ୍ୱ କରିଥିଲେ । ଏଥିରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ, ପ୍ରଫୁଲ୍ଲ ବେଉରା, ସମାଜସେବୀ ଶ୍ରୀକାନ୍ତ ନାୟକ, ଅଧ୍ୟାପକ ରମାକାନ୍ତ ପାଣି, ପ୍ରାଧ୍ୟାପକ ନୀରୋଦ କୁମାର ଦାସ,କ୍ଷିରୋଦ ପ୍ରସାଦ ନାୟକ, ବିଜେପି ନେତା ନାରାୟଣ ସ୍ୱାଇଁ, ଗରଦପୁର ବ୍ଲକ୍ ଅଧ୍ୟକ୍ଷ ଅଭୟ ମହାରାଜ, ଜିଲାପରିଷଦ ସଦସ୍ୟ ପ୍ରମୋଦ ରଥ, ପ୍ରତାପ ବେହେରା, ବିଜେପି ଜିଲା ସଭାପତି କିଶୋର ପଣ୍ଡା, ବିକ୍ରମ କେଶରୀ ରାଉତରାୟ, ରବି ସାମଲ, ଜିଲାପରିଷଦ ଅଧ୍ୟକ୍ଷା ଗୀତାଂଜଳୀ ସେଠୀ, ତିକନପୁର ସମିତି ସଭ୍ୟା କବିତା ଦେବତା, ଅବସରପ୍ରାପ୍ତ ଅଧ୍ୟକ୍ଷ ବସନ୍ତ ତ୍ରିପାଠୀ,ସାମ୍ବାଦିକ ଧିରେନ୍ଦ୍ର ମିଶ୍ର ପ୍ରମୁଖ ତାଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହିତ ଚକ୍ରଧର ବାବୁଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ଚକ୍ରଧର ଶତପଥି ଜଷଣ ଆଦର୍ଶ ଶିକ୍ଷକ, ଜଣେ ଭଲ ମଣିଷ, ଦଳମତ ଉଦ୍ଧ୍ୱର୍ରେ ରହି ଜଣେ ଉଚ୍ଚ କୋଟିର ରାଜନେତା ଓ ଗୋଟିଏ ଅନୁଷ୍ଠାନ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏହି ସଭାକୁ ପୁତ୍ର ଆଲୋକ ରଂଜନ ଶତପଥି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.