Friday , March 31 2023
Home / ବିଶେଷ / କଳାହାଣ୍ଡି ଜିଲ୍ଲାରେ ପୁଣି ପିସି କାରବାରର ଭିଡିଓ ଭାଇରାଲ, ହିସାବ ଦେଉଛନ୍ତି ସରକାରୀ ବାବୁ କାହାଭାଗ କେତେ

କଳାହାଣ୍ଡି ଜିଲ୍ଲାରେ ପୁଣି ପିସି କାରବାରର ଭିଡିଓ ଭାଇରାଲ, ହିସାବ ଦେଉଛନ୍ତି ସରକାରୀ ବାବୁ କାହାଭାଗ କେତେ

କଳାହାଣ୍ଡି ,୦୧/୦୬/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ)- ରାଜ୍ୟ ତଥା ଜିଲ୍ଲାରେ ଉଇ ଚରିଲା ପରିକା ପିସି କାରବାର-ତଳ ଠାରୁ ଉପର ମୁଣ୍ଡ ଯାଏ କାୟା ବିସ୍ତାର କରିଚାଲିଛି। ପ୍ରଶାସନ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଯେତେ ସଫେଇ ଦେଲେ ବି ଲାଞ୍ଚ ନ ଦେଲେ କିଛି କାମ ହେଇପାରୁନାହିଁ। ବିଶେଷ କରି ସରକାରୀ ଉନ୍ନୟନ କାମରେ ତଳ ମୁଣ୍ଡରୁ ଉପର ଯାଏ ପିସି ରହିଛି।ଯାର ଏକ ନମୁନା ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ପଯ୍ୟନ୍ତ ପିସି ବାବଦ କୁ କେତେ ଦିଆ ଯାଏ ତାର ସଠିକ ବିବରଣୀ ଠିକାଦାର ଙ୍କୁ ବୁଝାଉଛନ୍ତି  ।ଏ ବାବୁ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଗଡ଼ିଆଯୋର ଗ୍ରାମ ପଞ୍ଚାୟତ ର କାର୍ୟ୍ୟନିର୍ବାହୀ ଅଧିକାରୀ ରମେଶ ମେହେର। ପଞ୍ଚାୟତ ରେ ହୋଇଥିବା ସରକାରୀ ଉନ୍ନୟନ ମୂଳକ କାମ ର ବିଲ ହେବାପରେ କାହା ଭାଗରେ କେତେ ପିସି ଯିବ ତାର ହିସାବ ଦେଉଛନ୍ତି। ୧ଲକ୍ଷ ୨୫ହଜାର ବିଲରେ ସରପଞ୍ଚ ଙ୍କ ଭାଗରେ ୧୦ହଜାର, ଜେଇ-୧୦ହଜାର, ଏଇ-୪ହଜାର, ବିଡ଼ିଓ ଓ ଜିପିଓ ଙ୍କ ୪ହଜାର ଓ ସିପିଙ୍କ ଭାଗରେ ହଜାରେ ଟଙ୍କା ବିଲ ରୁ କାଟି ଥିବା ପିଇଓ ରମେଶ ମେହେର କହୁଛନ୍ତି।ଏପଟେ ସରକାର ପିସି କାରବାର ବନ୍ଦ କରିବା ଓ ଉନ୍ନତି କାମରେ ସ୍ୱଚ୍ଛତା ଆଣିବା ପାଇଁ ୫ଟି ଗଠନ କଲେ ହେଲେ କାର୍ୟ୍ୟ କଦ୍ଭରକ୍ର, ଏ ଠାରେ ପ୍ରଶାସନିକ ସ୍ତର ରେ ପିସି କାରବାର ଖୋଲାମ ଖୋଲା ଚାଲି ଥିବା ବେଳେ ଏଥିରେ ,ନେତା,ମନ୍ତ୍ରୀ,ଲୋକ ପ୍ରତିନିଧି ଙ୍କ ମଧ୍ୟ ଭାଗ ରହୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। ତେବେ ଏହି ଭାଇରାଲ ଭିଡିଓ ପ୍ରତି ସରକାର କି ପ୍ରକାର ଙ୍ଗକ୍ସକ୍ଷେପ ନେବ ତାହା ଦେଖିବା କୁ ବାକି ରହିଲା।ଓଡିଶା ସମାଚାର

Leave a Reply

Your email address will not be published.