Friday , March 31 2023
Home / ବିଶେଷ / ଓଏଏସ୍ ସ୍ତରରେ ଅଦଳବଦଳ

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୦୧/୦୬/୨୦୨୨( ଓଡ଼ିଶା ସମାଚାର )- ରାଜ୍ୟ ପ୍ରଶାସନରେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ରପ୍ତାନୀ ପ୍ରୋତ୍ସାହନ/ପ୍ରସାର ଓ ବିପଣନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ଶ୍ରୀ ସାହୁ ବର୍ତ୍ତମାନ ଅନୁଗୁଳ ଜିଲ୍ଲା ଡିଆରଡିଏ ପିଡି ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଅବକାରୀ ବିଭାଗ ଅତିରିକ୍ତ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ନିବେଦିତା ମିଶ୍ରଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶିକା ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଯାଜପୁର ଜିଲ୍ଲା ଏଡିଏମ୍ ଥିବା ମିହିର ପ୍ରସାଦ ମହାନ୍ତିଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଏବଂ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍ -କଲେକ୍ଟର ଲଲିତ ମୋହନ ବେହେରାଙ୍କୁ ଅନୁଗୁଳ ଜିଲ୍ଲା ପିଡି-ଡିଆରଡିଏ ଭାବେ ନୂତନ ନିଯୁକ୍ତି ମିଳିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.