ଭଦ୍ରକ ୦୧/୦୬/୨୦୨୨( ଓଡ଼ିଶା ସମାଚାର )-ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି । ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଦୁର୍ଘଟଣା ଘଟିଛି । ମେଡିକାଲ କାମରେ ନିୟୋଜିତ ଏକ ବୋଲେରୋ ରୋଗୀ ଓ ସମ୍ପର୍କୀୟଙ୍କୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।
ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମେଡିକାଲ କାମରେ ନିୟୋଜିତ ବୋଲେରୋରୁ ମେଡ଼ିସିନ ଅନଲୋଡ୍ ହେଉଥିବାବେଳେ ବୋଲୋରୋ ଟି ରୋଗୀ ଓ ସମ୍ପର୍କୀୟଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ଦୁଇ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଭଦ୍ରକ ମେଡିକାଲରେ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ସୂଚନା ମିଳିଛି । ମୃତକଙ୍କ ନାମ ଶ୍ରୀଧର ଲେଙ୍କା ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର