ବ୍ରଜରାଜନଗର, ୩୧/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନରେ ପୁଲିଂ ଅଫିସର ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କର ହୃଦ୍ ଘାତରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଦିଲୀପ ଖଡ଼ିଆ (୪୬)। ମୃତ ଦିଲୀପ ତାଳପଟିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ। ସେ ଲୋଇସିଂହ ପଞ୍ଚାୟତ ଫଲ୍ ସାଢ଼ିପା ବୁଥ ନଂ ୧୬୯ରେ ଦ୍ୱିତୀୟ ପୁଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ଭୋଟଗ୍ରହଣ କେନ୍ଦ୍ରରେ ଥିବାବେଳେ ସୋମବାର ସନ୍ଧ୍ୟା ୭ଟାରେ ଅସୁସ୍ଥ ଅନୁଭବ କରି ପଡ଼ି ଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଓଡ଼ିଶା ସମାଚାର