ଭୁବନେଶ୍ୱର , ୩୧/୦୫/୨୦୨୨( ଓଡ଼ିଶା ସମାଚାର )- ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ ପ୍ରଚଳନ ପରଠାରୁ ନମ୍ବର ପ୍ଲେଟ କାମ ଦ୍ୱାରା ରୋଜଗାର କରୁଥିବା ରାଜ୍ୟର ହଜାର ହଜାର ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ ବେକାର ହୋଇଯାଇଛନ୍ତି । ଅଦ୍ୟାବଧି ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଅନ୍ୟପଟେ କିଛି ପୁରୁଣା ଗାଡ଼ିର ନମ୍ବର ପ୍ଲେଟ ଲେଖି ଚଳୁଥିବା ଏହି ଶ୍ରମିକମାନେ ନୂଆ ପରିବହନ ନୀତି ବ୍ୟବହାର ଫଳରେ ସେମାନଙ୍କ ହାତରୁ ରୋଜଗାରକୁ ଛଡ଼ାଇ ନିଆଯାଇଛି । ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ ନାମରେ ଏମାନଙ୍କ ରୋଜଗାର ଛଡ଼େଇ ନେଇଥିବାରୁ ସଂଗଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ସରକାର ଝିନ୍ଟିିକା ମାରି ବଣି ପୋଷିବା ନିତିରେ ରାଜ୍ୟର ୨୦ ହଜାରରୁ ଉଦ୍ଧ୍ୱର୍ ପରିବାର ନିଜର ଜବୀନ ଜୀବିକା ହରାଇ ବସିଛନ୍ତି ବୋଲି ଅଲ୍ ଓଡ଼ିଶା ନମ୍ବର ପ୍ଲେଟ ଆର୍ଟିଷ୍ଟ ୱାର୍କର ଆସୋସିଏସନ ପକ୍ଷରୁ ଉକ୍ରଳ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରାଯାଇଛି ।
ଗାଡ଼ିରେ ଲାଗୁଥିବା ହାଇ ସିକୁ୍ୟରିଟି ନମ୍ବର ପ୍ଲେଟର କୌଣସି ସ୍ୱଚ୍ଛତା ନାହିଁ । ନମ୍ବର ପ୍ଲେଟରେ ଦିଆଯାଇଥିବ ବାରକୋଡ଼ ଏବଂ ଚିପ୍ କୁ ଲିଭେଇଲେ ଲଭିଯାଉଛି । ଏହା କେବଳ ହାଇ ସିକୁ୍ୟରିଟି ନାମରେ ଜନ ସାଧାରଣଙ୍କୁ ଭୂଆଁ ବୁଲାଇ ଲୁଟ୍ କରାଯାଉଛି ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି । ପ୍ରକୃତ ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ କାର୍ଯ୍ୟକାରୀ କରାଯାଇ ନମ୍ବର ପ୍ଲେଟ ପ୍ରଚଳନ କରିବା ପାଇଁ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି । ନମ୍ବର ପ୍ଲେଟକୁ ଠିକାକାରଦଙ୍କ ମାଧ୍ୟମରେ ନ କରାଇ ରାଜ୍ୟର ସମସ୍ତ ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ ଏହି କାମ କିପରି ପାଇବେ ଏବଂ ସେମାନଙ୍କ ପରିବାର କିପରି ଚଳିବେ ତାହାର ବନ୍ଦୋବସ୍ତ କରିବା ପାଇଁ ସରକାର ଓ ପରିବହନ ବିଭାଗ ନିକଟରେ ଦାବି କରାଯାଇଛି । ଯଦି ସରକାର ଓ ପରିବହନ ବିଭାଗ ନମ୍ବର ପ୍ଲେଟ ଆର୍ଟିଷ୍ଟ ପରିବାରର ସୁରକ୍ଷା ପ୍ରତି ଦୃଷ୍ଟି ନଦିଅନ୍ତି ତେବେ ୨୦ ହଜାରରୁ ଉଦ୍ଧ୍ୱର୍ ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ ସେମାନଙ୍କର ଜୀବନ ଜୀବିକା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଆସୋସିଏସନ ପକ୍ଷରୁ ଉପଦେଷ୍ଟା ନାରାୟଣ ଚନ୍ଦ୍ର ଓଝା ଓ ରଞ୍ଜନ ମିଶ୍ର, ସଭାପତି ରଣଜିତ ସିଂହ, ଉପ ସଭାପତି ଗଙ୍ଗାଧର ଡ଼ାକୁଆ, ସମ୍ପାଦକ ଶିବଶଙ୍କର ଡ଼ାକୁଆ, ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଆଦିତ୍ୟ ଲେଙ୍କା ଚିତରଞ୍ଜନ ଦାସ, ପ୍ରକାଶ କୁମାର ମହାରଣା, ସତ୍ୟରଞ୍ଜନ ମହାନ୍ତି, ସନାତନ ମହାରଣା ପ୍ରମୁଖ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ ଦ୍ୱାରା ପ୍ରଭାବିତ ୨୦ ହଜାରରୁ ଅଧିକ ପରିବାରର ବିକଳ୍ପ ବ୍ୟବସ୍ଥା ସୁନିଶ୍ଚିତ କର