ଅନୁଗୁଳ ୩୧/୦୫/୨୦୨୨( ଓଡ଼ିଶା ସମାଚାର )- ସ୍ବାମୀର ଟାଙ୍ଗିଆ ଚୋଟରେ ଯାଇଛି ସ୍ତ୍ରୀର ଜୀବନ । ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ମିିଳିଥିବା ସୂଚନା ଅନୁଯାୟୀ, ସ୍ବାମୀ ବସନ୍ତ ବେହେରା ଓ ସ୍ତ୍ରୀ ଲିପି ବେହେରାଙ୍କ ମଧ୍ୟରେ କୌଣସି କାରଣରୁ ଗତକାଲି ବିଳମ୍ବିତ ରାତିରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ଧାରଣ କରିବାରୁ ବସନ୍ତ ଲିପିର ମୁଣ୍ଡକୁ ଟାଙ୍ଗିଆରେ ଚୋଟ ମାରିଥିଲା। ଫଳରେ ଘଟଣାସ୍ଥଳରେ ଲିପିଙ୍କ ମୃତ୍ୟୁ ହୋଇଥିଲା ।ଏହି ସମୟରେ ଘରେ କେହିନଥିଲେ। ହତ୍ୟାକାଣ୍ଡର କିଛି ସମୟ ପରେ ପତ୍ନୀ ହନ୍ତାକାରୀ ବସନ୍ତ ନିଯେ ଯାଇ ବନ୍ତଳା ଥାନାରେ ଆତ୍ମସମର୍ପଣ କରିଛି । ବସନ୍ତ ପୋଲିସ ଆଗରେ ନିଜର ଦୋଷ ସ୍ୱୀକାର କରିଛି । ଏହାପରେ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି। ଓଡ଼ିଶା ସମାଚାର